ଓଡ଼ିଶାରାଜନୀତି

ସମସ୍ତ ରାଉଣ୍ଡରେ ବିଜେପିର ବାଜିମାତ୍,୯୮୮୧ ଖଣ୍ଡ ଭୋଟରେ ବିଜୟୀ ହେଲେ ସୂର୍ଯ୍ୟବଂଶୀ

ସରିଲା ଭୋଟ ଗଣତି। ସମସ୍ତ ରାଉଣ୍ଡରେ ବିଜେପିର ବାଜିମାତ୍ । ଧାମନଗର ଉପନିର୍ବାଚନରେ  ନିର୍ବାଚନୀ ରେକର୍ଡ କରିବାରେ ସକ୍ଷମ ହେଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ । ବିଜେଡିର ଅବନ୍ତୀ ଦାସଙ୍କୁ ପୋଷ୍ଟାଲ ଭୋଟ୍ ଓ ପ୍ରଥମରୁ ଶେଷ ୧୮ଟି ରାଉଣ୍ଡରେ ପଛରେ ପକାଇ ମୋଟ ୯୮୮୧ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,, ବିଜେପିର ସୂରଜଙ୍କୁ ମୋଟ ୮୦୩୫୧ଟି (୪୯.୦୯%) ଭୋଟ୍ ମିଳିଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଅବନ୍ତୀ ଦାସଙ୍କୁୁ ୭୦୪୭୦ଖଣ୍ଡ (୪୩.୦୫%)ଭୋଟ୍ ମିଳିଛି ।

ସେହିପରି କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ ୩୫୬୧ଖଣ୍ଡ(୨.୧୮%) ଭୋଟ୍ ମିଳିଛି । ତେବେ ବିଜେଡିର ବିଦ୍ରୋହୀ ତଥା ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କୁ ୮୧୫୩ଖଣ୍ଡ (୪.୯୮%) ଭୋଟ୍ ଓ ଅନ୍ୟଜଣେ ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସଙ୍କୁ ୪୯୭ଖଣ୍ଡ ଭୋଟ୍ ମିଳିଛି । ସେହିପରି ନୋଟାରେ ୬୫୦ ଖଣ୍ଡ ଭୋଟ୍ ପଡ଼ିଛି ।

ଧାମନଗର ଉପନିର୍ବାଚନ ପାଇଁ ମୋଟ ୧ଲକ୍ଷ ୬୩ହଜାର ୧୬୪ଟି ଭୋଟ୍ ଇଭିଏମ୍ ମାଧ୍ୟମରେ ମିଳିଥିଲା । ସେହିପରି  ୭୮୩ ଖଣ୍ଡ ଭୋଟ୍ ନାକାଚ୍ ହୋଇଛି ।

Show More

Related Articles

Back to top button