Breaking PLUSଓଡ଼ିଶାଦେଶଦେଶ ବିଦେଶ

ଏନସିଆରବି ରିପୋର୍ଟ: ୨୦୨୧ରେ ୪୨ ପ୍ରତିଶତ କମିଛି ଫେକ୍ ନ୍ୟୁଜ୍ ମାମଲା

୨୦୨୧ ମସିହାରେ ଦେଶରେ ଫେକ୍ ନ୍ୟୁଜ ମାମଲା ହ୍ରାସ ପାଇଛି । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର (ଏନସିଆରବି)ର ସଦ୍ୟ ପ୍ରକାଶିତ ରିପୋର୍ଟରେ ଏହା ସାମନାକୁ ଆସିଛି ।

ରିପୋର୍ଟ ଅନୁସାରେ ୨୦୨୧ ମସିହାରେ ଆଇପିସିର ଧାରା ୫୦୫ ଅନୁସାରେ ରୁଜୁ ହୋଇଥିବା ମାମଲା ସଂଖ୍ୟା ୪୨ ପ୍ରତିଶତ ହ୍ରାସ ପାଇଛି । ଏହି ଧାରାରେ ଫେକ ନ୍ୟୁଜ୍ ଏବଂ ମିଛ ନ୍ୟୁଜ ପ୍ରଚାର କଲେ ମାମଲା ରୁଜୁ କରାଯାଇଥାଏ। ରିପୋର୍ଟ ଅନୁସାରେ, ୨୦୧୯ ମସିହାରେ ଏହିପରି ୪୮୬ ମାମଲା ରୁଜୁ ହୋଇଥିଲା । ୨୦୨୦ରେ ଏହି ସଂଖ୍ୟା ୧,୫୨୭ ଏବଂ ୨୦୨୨ରେ ଏହା ୮୮୨ ରହିଛି । ତେବେ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଏହି ସୂଚୀରେ ତେଲେଙ୍ଗାନା ଶୀର୍ଷରେ ରହିଛି ।

ତେଲେଙ୍ଗାନାରେ ଆଇପିସିର ଧାରା ୫୦୫ରେ ମୋଟ ୨୧୮ଟି ମାମଲା ରୁଜୁ କରାଯାଇଛି । ଏହା ପଛକୁ ତାମିଲନାଡୁରେ ୧୩୯, ମଧ୍ୟ ପ୍ରଦେଶରେ ୧୨୯, ଉତ୍ତର ପ୍ରଦେଶରେ ୮୨ ଏବଂ ମହାରାଷ୍ଟ୍ରରେ ୬୬ଟି କେସ ୨୦୨୧ ମସିହାରେ ରୁଜୁ କରାଯାଇଛି । ଅନ୍ୟପଟେ ଓଡ଼ିଶା, ମିଜୋରାମ, ଗୋଆ ଏବଂ ଅରୁଣାଚଳ ପ୍ରଦେଶରେ ଭୁଲ ସୂଚନା ପ୍ରସାରଣ ନେଇ ଗୋଟିଏ ବି ମାମଲା ରୁଜୁ କରାଯାଇ ନଥିବା ରିପୋର୍ଟରେ କୁହାଯାଇଛି ।

Show More

Related Articles

Back to top button