ଓଡ଼ିଶାମୁଖ୍ୟ ଖବର

୨ ଦିନରେ ୩ ଡିଗ୍ରୀ ବଢିବ ପାରଦ

ସାମୟିକ ଆଶ୍ୱସ୍ତି ପରେ ଏବେ ପୁଣି ଥରେ ଉପରମୁହାଁ ହେବ ସର୍ବୋଚ୍ଚ ତାପମାତ୍ରା । କାଳବୈଶାଖୀ କମିବ । ତତଲା କଡେଇରେ ଭାଜିହେବ ଓଡିଶା । ଦୁଇଦିନ ଭିତରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ ବୋଲି ଅନୁମାନ କରୁଛି ପାଣିପାଗ ବିଭାଗ

ରାଜ୍ୟରେ ତାପମାତ୍ରା ସାମାନ୍ୟ ଉପରମୁହାଁ ହୋଇଛି । ୬ଟି ସ୍ଥାନରେ ତାପମାତ୍ରା ସୋମବାର ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ଥିଲା । ସୁନ୍ଦରଗଡ଼ରେ ସର୍ବାଧିକ ତାପମାତ୍ରା ୪୧ ଡିଗ୍ରୀ ଥିବା ବେଳେ ବଲାଙ୍ଗିର ୪୦.୫ ଡିଗ୍ରୀ ଛୁଇଁଥିଲା । ମାଲକାନଗିରି, ଟିଟିଲାଗଡ଼, ସମ୍ବଲପୁର, ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଲେଖାଏଁ ରହିଥିଲା । ସୋନପୁର ତାପମାତ୍ରା ୩୯, ବୌଦ୍ଧ ୩୯.୫, ତାଳଚେର ୩୯.୫, ହୀରାକୁଦ ୩୯.୫, ବାରିପଦା ୩୯.୬ ଡିଗ୍ରୀ ଥିଲା ।

ଭୁବନେଶ୍ୱର ତାପମାତ୍ରା ୩୭.୫ ଡିଗ୍ରୀ ଥିଲା । ଦିନବେଳା ପାରଳାଖେମୁଣ୍ଡିରେ କାଳବୈଶାଖୀଜନିତ ବର୍ଷା ହୋଇଥିଲା । ସେହିପରି ରବିବାର ଚାନ୍ଦବାଲି, ଭୁବନେଶ୍ୱର, କେନ୍ଦ୍ରାପଡ଼ା, ପାରାଦୀପ, ପୁରୀ, ଅନୁଗୁଳ ଓ ମାଲକାନଗିରିରେ ବର୍ଷା ହୋଇଛି ।ପାଣିପାଗ ବିଭାଗର କହିବାନୁସାରେ, ଆସନ୍ତା ଦୁଇଦିନ ପାଗ ଶୁଖିଲା ରହିବ । କାଳବୈଶାଖୀ ସମ୍ଭାବନା ପ୍ରାୟତଃ ନାହିଁ । ଏହି ଦୁଇ ଦିନ ଭିତରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିଯିବ । ଅପରପକ୍ଷେ ଦୁଇଦିନ ପରେ ପୁଣି ତାପମାତ୍ରା ଖସିବ ବୋଲି ଅନୁମାନ କରାଯାଉଛି ।

Show More

Related Articles

Back to top button