Breaking PLUSଦେଶମୁଖ୍ୟ ଖବରରାଜନୀତି

ଦିଲ୍ଲୀରେ ଅସମ୍ଭବ ଭିଡ

ଦିଲ୍ଲୀ-ଗୁରୁଗ୍ରାମ ବର୍ଡରରେ ମହାଜାମ୍

ଭାରତ ବନ୍ଦ ବେଳେ ଦିଲ୍ଲୀରେ ଦେଖିବାକୁ ମିଳିଛି ଅସମ୍ଭବ ଭିଡ ।  ଦିଲ୍ଲୀ-ଗୁରୁଗ୍ରାମ ବର୍ଡରରେ ମହାଜାମ୍ । ଦୀର୍ଘ କିଲୋମିଟର ଯାଏ ଲମ୍ବିଛି ଗାଡ଼ି । ସକାଳୁ ହଜାର ହଜାର ଗାଡ଼ି ପଛକୁ ପଛ ଠିଆ ହୋଇଛନ୍ତି । ଗାଡ଼ିର ଲାଇନ ଦେଖିଲେ ଆଖି ବି ପାଉନି ।

ଦୀର୍ଘ ଘଣ୍ଟା ପରେ ବି ସ୍ୱାଭାବିକ ସ୍ଥିତି ଫେରୁନି । କୃଷକଙ୍କ ଆନ୍ଦୋଳନ ଯୋଗୁ ବହୁ ସ୍ଥାନରେ ସଡ଼କ ପଥ ବନ୍ଦ ରହିଛି । ପୋଲିସ ସୀମାରେ ଗାଡ଼ି ଯାଞ୍ଚ କରୁଛି । ସେହିପରି ଭାରତ ବନ୍ଦ ସହ ଆଜି ସୋମବାର ଥିବାରୁ ଅଫିସ ଆସୁଛନ୍ତି ଲୋକ ।

ଦିଲ୍ଲୀ-ଗୁରୁଗ୍ରାମ ବର୍ଡରରେ ଜାମ୍ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି ।  ସେହିପରି ଦିଲ୍ଲୀ-ନୋଏଡା-ଦିଲ୍ଲୀ ଏକ୍ସପ୍ରେସ ଓ୍ୱେରେ ବି ଅସମ୍ଭାଳ ଜାମ୍ ।

ରାସ୍ତାରେ ଗା଼ଡି ମଟରର ଲମ୍ବା  ଲାଇନ ଲାଗି ରହିଛି । ସେହିପରି କୃଷକଙ୍କ ଆନ୍ଦୋଳନ ଯୋଗୁ ଗାଜିପୁର ବର୍ଡର, ସିଂଘୁ ବର୍ଡର, ଏନଏଚ-୯, ଏନଏଚ-୨୪ ଜାମ୍ ରହିଛି । ଦିଲ୍ଲୀରେ ଆଜି ଜନଜୀବନ ଏକପ୍ରକାର ଠପ୍ ହୋଇଯାଇଛି ।

Show More

Related Articles

Back to top button