Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ଭାରତ ବନ୍ଦର ପ୍ରଭାବ  ସାମାନ୍ୟ

ସାରା ରାଜ୍ୟରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ

ଆଜି ୧୦ ଘଣ୍ଟିଆ ଭାରତ ବନ୍ଦର ପ୍ରଭାବ  ସାମାନ୍ୟ ଦେଖିବାକୁ ମିଳିଛି । ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦେଖିବାକୁ ଚାଲିଛି ଭାରତ ବନ୍ଦ ପାଳନ । ଆଜି ସରକାରୀ ଓ ବେସରକାରୀ ବସ୍ ଚଳାଚଳ ବନ୍ଦ ରହିଛି । ତେବେ କଟକ-ଭୁବନେଶ୍ବରରେ କେତେକ ମୋ ବସ୍ ଚାଲୁଥିବାର ଦେଖିବାକୁ ମିଳିଛି । ସକାଳେ ବିଶେଷ ଦୋକାନ ବଜାର ଖୋଲିନି ।

କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଓଡ଼ିଶାରେ ଏହି ୧୦ ଘଣ୍ଟିଆ ଭାରତ ବନ୍ଦକୁ କଂଗ୍ରେସ, ବାମ ଦଳ ଓ ଆପ୍ ସମେତ ବିଭିନ୍ନ ରାଜନୈତିକ ଦଳ, କୃଷକ ସଂଗଠନ, ସାମାଜିକ ସଂଗଠନ ସମର୍ଥନ ଦେଇଇଛନ୍ତି । ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିଲାଗି ସାରା ରାଜ୍ୟରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ତେବେ ଅତ୍ୟାବଶ୍ୟକ ସେବା ବନ୍ଦ୍ ପାଳନରୁ ବାଦ ଦେଖାଯାଇଛି ।

ଏଣେ ରାଜରାସ୍ତା ଉପରେ ଦୁଇଚକିଆ ଓ ତିନିଚକିଆ ଗାଡ଼ି ଚଳାଚଳ ସ୍ୱାଭାବିକ ରହିଥିବାର ଖବର ମିଳିଛି। ତେବେ ବଲାଙ୍ଗୀର ରେଳ ଷ୍ଟେସନରେ ଇସ୍ପାତ ଏକ୍ସପ୍ରେସକୁ କିଛି ସମୟ ଅଟକ ରଖିବା ପରେ ଆନ୍ଦୋଳନକାରୀମାନେ ଛାଡ଼ି ଦେଇଥିବାର ସୂଚନା ମିଳିଛି । ଭୁବନେଶ୍ବର ଓ ବାଲେଶ୍ବରରେ ଆନ୍ଦୋଳନକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ତେଣେ ଲୋକସେବା ଭବନ, ରାଜୀବ ଭବନ, ଖାରବେଳ ଭବନରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ପୂର୍ବାହ୍ନ ୯ଟା ୩୦ ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବାକୁ କୁହାଯାଇଛି । ଲୋକସେବା ଭବନର ମୁଖ୍ୟ ଫାଟକ ପୂର୍ବାହ୍ନ ୧୦ଟା ୧୫ରେ ବନ୍ଦ୍ କରାଯିବ। ଏହାପରେ ପଛ ଗେଟ୍ ଦେଇ କର୍ମଚାରୀ ଓ ପାସ୍ ପାଇଥିବା ଲୋକମାନେ ଯାତାୟତ କରିପାରିବେ ବୋଲି କୁହାଯାଇଛି ।

Show More

Related Articles

Back to top button