Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ଚାଲିଗଲା ବାତ୍ୟା, ଛାଡିଗଲା ଅଭୁଲା ଚିହ୍ନ

ରାଲେଗଡାରେ ଭୂସ୍ଖଳନ

ବାତ୍ୟା ଚାଲିଯାଇଛି ସତ କିନ୍ତୁ ଛାଡି ଯାଇଛି ଅଭୁଲା ଚିହ୍ନ ।  ଗୁଲାବ ବାତ୍ୟାର ପ୍ରଭାବରେ ଗତ ୬ ଘଣ୍ଟା ମଧ୍ୟରେ କୋରାପୁଟର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ପଟାଙ୍ଗିରେ ସର୍ବାଧିକ ୧୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ଭୂସ୍ଖଳନ ହେତୁ ରାଲେଗଡା ଠାରେ ଜାତୀୟ ରାଜପଥ-୨୬ ଅବରୋଧ ହୋଇଛି । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ସୁଙ୍କି ଘାଟିର ରାଲେଗଡା ଓ ସୁଙ୍କି ଗ୍ରାମ ନିକଟରେ ମାଟି ଅତଡା ଖସି ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଛି । ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଛି । ଜାତୀୟ ରାଜପଥ ଖୋଲିବା ପାଇଁ କାର୍ଯ୍ୟ ଚାଲିଛି ।

ସେପଟେ ବୈପାରିଗୁଡା-ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥରେ ଗଛ ପଡ଼ି ରାସ୍ତା ଜାମ୍ ହୋଇଥିଲା । ଅଗ୍ନିଶମ କର୍ମଚାରୀ ଓ ବିଡିଓଙ୍କ ଉପସ୍ଥିତିରେ ଗଛ କଟାଯାଇ ରାସ୍ତା ସଫା କରାଯାଉଛି । ସେମିଳିଗୁଡା ବ୍ଲକରେ ବି ଗୁଲାବ ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ଉପୁଡି ରାସ୍ତା ଅବରୋଧ ହୋଇଛି ଓ ଘର ଭାଙ୍ଗିଛି । ପବନ ଏବଂ ବର୍ଷା ସମ୍ପୂର୍ଣ୍ଣ ବନ୍ଦ ନ ହେବା ଯାଏ ଘରେ ରୁହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏପର୍ଯ୍ୟନ୍ତ କାଜୁଆଲିଟିର କୌଣସି କବର ନାହିଁ ।

Show More

Related Articles

Back to top button