Breaking PLUSଓଡ଼ିଶାମୁଖ୍ୟ ଖବର

ବେଆଇନ ଭାବେ ବନ୍ଦ କରାଯାଇଛି ଶ୍ରୀମନ୍ଦିର

ତୁରନ୍ତ ଖୋଲିବା ଦାବିରେ ସିଂହଦ୍ଵାର ସମ୍ମୁଖରେ ଶ୍ରୀଜଗନ୍ନାଥ ସେନାର ବିକ୍ଷୋଭ

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପୁରୀରେ ମଧ୍ୟ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତିଦିନ ପୁରୀକୁ ହଜାର ହଜାର ପର୍ଯ୍ୟଟକ ଓ ଭକ୍ତଙ୍କ ଆଗମନ ହେଉଥିବାରୁ ସଂକ୍ରମଣ ବଢିବା ଆଶଙ୍କା ମଧ୍ୟ ରହିଛି । ତେଣୁ ଭକ୍ତ ଓ ସେବାୟତଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଗତ ୯ତାରିଖରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି। ଏହି କଟକଣା ଆସନ୍ତା ୩୧ ପର୍ଯ୍ୟନ୍ତ ଜାରି ରହିବ ବୋଲି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି । ତେବେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ଥିବାରୁ ଅନେକ ଭକ୍ତ ନିରାଶ ହୋଇ ଫେରୁଥିବା ବେଳେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରୁ କେବଳ ପତିତପାବନଙ୍କୁ ଦର୍ଶନ କରିବାର ସୁଯୋଗ ପାଉଛନ୍ତି । ତେଣୁ ପୂର୍ବ ଭଳି କୋଭିଡ୍ ନିୟମ ମାନି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସାଧାରଣ ଭକ୍ତଙ୍କୁ ସୁଯୋଗ ଦିଆଯାଉ ବୋଲି ଭକ୍ତମାନେ ଅନୁରୋଧ କରିଛନ୍ତି।

ସେପଟେ ଶ୍ରୀମନ୍ଦିର ବନ୍ଦ ଥିବାରୁ ପୁରୀରେ ପର୍ଯ୍ୟଟକ ଓ ଭକ୍ତଙ୍କ ଆଗମନ କମିଯାଇଛି । ଫଳରେ ରିକ୍ସା, ଅଟୋ, ଉଠା ଦୋକାନୀ, ହୋଟେଲିୟର୍ସଙ୍କ ସହ ସେବାୟତମାନେ ମଧ୍ୟ ବିଶେଷ ପ୍ରଭାବିତ ହେଉଛନ୍ତି। ଶ୍ରୀମନ୍ଦିର ବନ୍ଦ ରହିଥିବାରୁ ପୁରୀର ଅର୍ଥନୀତି ଉପରେ ମଧ୍ୟ ସମ୍ପୂର୍ଣ୍ଣ ପ୍ରଭାବ ପଡିଛି ବୋଲି ସେବାୟତ କହିଛନ୍ତି। ସେପଟେ ଶ୍ରୀମନ୍ଦିର ପ୍ରଶାସନ ଓ କିଛି ସେବାୟତ ବେଆଇନ ଭାବେ ଶ୍ରୀମନ୍ଦିର ବନ୍ଦ ରଖିଥିବା ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି। ଶ୍ରୀମନ୍ଦିର ବନ୍ଦ ନିଷ୍ପତ୍ତି ଛତିଶା ନିଯୋଗ ନୁହେଁ ବରଂ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେବା ଆବଶ୍ୟକ ଥିଲା ବୋଲି ଶ୍ରୀଜଗନ୍ନାଥ ସେନା କହିଛି। ତେଣୁ ତୁରନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯାଉ ବୋଲି ସିଂହଦ୍ଵାର ସମ୍ମୁଖରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦାବି କରାଯାଇଥିବା ବେଳେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନଚେତ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବା ସହ ପୁରୀ ବନ୍ଦର ଡାକରା ଦିଆଯିବ ବୋଲି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଚେତାବନୀ ଦିଆଯାଇଛି।

Show More

Related Articles

Back to top button