Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

‘ସୁଶାନ୍ତଙ୍କ ସହ ବିଜେଡିର ସମ୍ପର୍କ’

ଭୁବନେଶ୍ୱର- ସୁଶାନ୍ତଙ୍କ ସହ ବିଜେଡିର ସମ୍ପର୍କ । IIC ସୁଶାନ୍ତ ଶତପଥୀଙ୍କ ଘରୁ ନଗଦ ୩୭ ଲକ୍ଷ ଜବତ ହେବା ଘଟଣା । ବିଜେଡି ନେତା, ମନ୍ତ୍ରୀଙ୍କୁ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳଙ୍କ ଟାର୍ଗେଟ । କହିଲେ ସେବେ କାହା ସୁପାରିସ୍‌ରେ ନବୀନ ନିବାସରେ ଡ୍ୟୁଟି ପାଇଥିଲେ ସୁଶାନ୍ତ । ନବୀନ ନିବାସରେ ଡ୍ୟୁଟି କରୁଥିଲେ ଖାଉ ପୋଲିସ୍ ବାବୁ । କାହା ସୁପାରିସ୍‌ରେ ଦାୟିତ୍ୱ ପାଇଥିଲେ IIC ସୁଶାନ୍ତ ଶତପଥୀ । ବର୍ଷିଲେ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ।

ଲୋକଙ୍କ ବିରୋଧ ବେଳେ କଟକର ସମ୍ପୃକ୍ତ ମନ୍ତ୍ରୀ ହସ୍ତକ୍ଷେପ କରିଥିଲେ । ‘ସେହିପରି କୋରାପୁଟରୁ ଗଞ୍ଜେଇ ନୟାଗଡ଼କୁ ଆସି ଗଚ୍ଛିତ ହୁଏ । ନୟାଗଡ଼ର ଜଣେ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀଙ୍କ ଜାଣତରେ ହୁଏ । ସୁଶାନ୍ତଙ୍କ ଓଲିଉଡ ଲିଙ୍କ୍‌ ନେଇ ମଧ୍ୟ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଜଣେ ବିଜେଡି ସାଂସଦଙ୍କ ସହ କିପରି ଅଭିନୟ କଲେ ସୁଶାନ୍ତ । ଫିଲ୍ମରେ ସୁଶାନ୍ତଙ୍କ କଳା ଟଙ୍କା ଲାଗି ନାହିଁ ତ । ତେଣୁ ବିଜେଡି ନେତା, ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ।

Show More

Related Articles

Back to top button