ଓଡ଼ିଶାମୁଖ୍ୟ ଖବର

କଟକଣା ନ ମାନିଲେ ବିପଦ ବଢିବ, ମାଇକ୍ରୋ କଣ୍ଟେନମେଣ୍ଟ ଜୋନକୁ ଗୁରୁତ୍ୱ

କେରଳ , କର୍ଣ୍ଣାଟକ ଭଳି କିଛି ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢ଼ିଲାଣି । ଗତ କିଛି ଦିନ ହେଲା ସଂକ୍ରମଣ ଅପେକ୍ଷା ସୁସ୍ଥ ରୋଗୀଙ୍କ ସଂଖ୍ୟା କମିବା ଚିନ୍ତା ଜନକ ବିଷୟ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର ।

ରାଜ୍ୟ ସରକାର ପାଇଁ ଏବେ ସତର୍କ ଘଣ୍ଟି । ଏବେ ବି ସରକାର ସର୍ଭିଲେନ୍ସ ଜାରି ରଖିବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଛନ୍ତି ।ସେହିପରି ବର୍ତ୍ତମାନ ସ୍ଥିତିରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନକୁ ଗୁରୁତ୍ୱ ଦିଆଯିବା ଦରକାର । ଜଣକ ଘରୁ ବି ପଜିଟିଭ ବାହାରିଲେ ଘର ସିଲ୍ କରାଯିବା ଆବଶ୍ୟକ । ସିନେମାହଲ ଓ ଯାତ୍ରାରେ କୋଭିଡ କଟକଣା ନ ମାନିଲେ ବଡ ବିପଦ ଆସିପାରେ ଡାକ୍ତର ମିଶ୍ର ସତର୍କ କରାଇ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୪୩୭ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୬୪ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୭୮୭୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୫୮୫୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୫୬୮୨୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୯୬୬ ରେ ପହଞ୍ଚିଥିବା ବେଳେ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ସଂଖ୍ୟା ୫୩ରେ ପହଞ୍ଚିଛି । ଏବେ ସୁଦ୍ଧା ରାଜ୍ୟରେ ୧୬୦୯୭୪୧୨ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Show More

Related Articles

Back to top button