ମଣିଷ ପାଖରେ ଏହି ଗୁଣ ଥିଲେ ତାକୁ ହରାଇବା ଅସମ୍ଭବ ଅଟେ
ଆମେ ନିଜ ଦୈନଦିନ ଜୀବନରେ ଏହି ବିଚାର ଧାରାକୁ ଅନ୍ଵେଦେଖା କରି ଦେଇଥାଉ ,କିନ୍ତୁ କେତୋଟି ବିଚାର ଏହିଭଳି ରହିଛି ଆମ ଜୀବନରେ ଆଗକୁ ବଢି଼ବାରେ ସାହାଯ୍ୟ କରିଥାଏ

ଆଜିର ବିଚାର ଧାରାରେ କେଉଁ ଭଳି ବ୍ୟକ୍ତିବିକୁ ହରାଇବା ଅସମ୍ଭବ ଅଟେ ତାହା ଉପରେ ଆଧାରିତ ଅଟେ l
* ବିଦୁର ଆଜିର ନୀତିରେ କହିଛନ୍ତି ଯେଉଁ ବ୍ୟକ୍ତି ନିଜର ଭୁଲକୁ ଅନ୍ୟ ମାନଙ୍କ ପୂର୍ବରୁ ଦେଖିପାରେ ସେଭଳି ବ୍ୟକ୍ତିକୁ କେହି ହରାଇବା ସମ୍ଭବ ନୁହେଁ l ଏହି କଥାଟି ସେତିକି ସତ୍ୟ ଅଟେ ,ନିଜର ଭୁଲକୁ ସ୍ୱୀକାର କରୁଥିବା ବ୍ୟକ୍ତି ପାଇଁ ସବୁବେଳେ କଷ୍ଟକର ହୋଇଥାଏ l ଏହି ସାହସ ଖୁବ କମ ଲୋକଙ୍କ ଭିତରେ ଥାଏ l
* ଅସଲ ଜୀବନରେ କିଛି ଏଭଳି ଲୋକ ଥାନ୍ତି ଯେଉଁମାନେ ନିଜ ଭୁଲକୁ ସ୍ୱୀକାର କରି ନଥାନ୍ତି l ସେହିଭଳି ବ୍ୟକ୍ତି ମାନଙ୍କୁ ଭୟାଳୁ କୁହାଯାଏ l ଯେଉଁ ବ୍ୟକ୍ତି ନିଜ ଭୁଲକୁ ମନରୁ ସ୍ୱୀକାର କରି ଅନ୍ୟକୁ କ୍ଷମା ମାଗିଥାଏ ସେଭଳି ବ୍ୟକ୍ତିକୁ ହରାଇବା ସମ୍ଭବ ନୁହେଁ l
* ଯେଉଁ ବ୍ୟକ୍ତି ମାନେ ଜୀବନରେ ସବୁବେଳେ ଶିଖିବାର ଇଛା ରଖିଥାନ୍ତି ଓ ଆଗକୁ ବଢିବା ପାଇଁ ଇଛା କରନ୍ତି ସେମାନଙ୍କୁ କେହି ଜୀବନରେ ହରାଇ ପାରନ୍ତି ନାହିଁ ,କାରଣ ସେମାନେ ପ୍ରତେକଟି କାର୍ଯ୍ୟକୁ ସଫଳତା ସହିତ ପୁରା କରି ଥାନ୍ତି l
* ଯେଉଁ ମଣିଷ ଜୀବନରେ ବିନୟ ଭାବ ରଖେ ଓ ଅହଂକାର ଠାରୁ ଦୁରେଇ ରୁହେ ସେହିଭଳି ବ୍ୟକ୍ତି ଜୀବନରେ କେବେ ହାରେ ନାହିଁ କାରଣ ବିନୟ ଭାବ ଦ୍ୱାରା ସେ ଅନ୍ୟମାନଙ୍କ ନିକଟରେ ସବୁବେଳେ ଉଚ ସ୍ଥାନରେ ରୁହେ l କାରଣ ବିନୟ ଭାବ ମଣିଷକୁ ଆଗକୁ ବଢିବାକୁ ସୁଯଗ ଦେଇଥାଏ l