ସ୍ୱାସ୍ଥ୍ୟ

ବ୍ରଏଲର ଚିକେନ ଖାଉଛନ୍ତି କି ?

ସତର୍କ ହୋଇ ଯାଆନ୍ତୁ ୭ଟି ବଡ ପାର୍ଶ୍ୱ ପ୍ରତିକ୍ରିୟାର ସମୁଖିନ୍ନ ହୋଇପାରନ୍ତି

ମାଂସାହାରୀ ଭଜନ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ଅଟେ l ଚିକେନ ସମସ୍ତ ଆବଶ୍ୟକ ପୋଷକ ତତ୍ୱକୁ ପୁର୍ଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ l ଚିକେନ୍ ରେ ପ୍ରୋଟିନ , କ୍ୟାଲସିଅମ , ଅମିନ ଏସିଡ , ଭିଟାମିନ ବି – ୩ , ବକମିନ ବି – ୬ ଇତ୍ୟାଦି ରହିଛି l ସମସ୍ତ ପ୍ରକାରର ଚିକେନ ସ୍ୱାସ୍ଥ୍ୟ ପାଇଁ ହିତକର ନୁହେ l ବିଶେଷ କରି ବ୍ରଏଲର ଚିକେନ ମାନବ ସ୍ୱାସ୍ଥ୍ୟ ପାଇଁ ବିପଦ ପୁର୍ଣ ଅଟେ l ବ୍ରଏଲର କୁକୁଡ଼ା ମାନଙ୍କୁ ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ ଖାଇବାକୁ ଦିଆ ଯାଉଛି l ତାହା କୁକୁଡ଼ାର ଓଜନକୁ ବଢ଼ାଇ ଦେଇ ଥାଏ , କିନ୍ତୁ ମଣିଷ ଶରୀର ପାଇଁ ହାନିକାରକ ଅଟେ l ଏହାକୁ ଆମେ ନିୟମିତ ଭାବରେ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ l

*କର୍କଟ ରୋଗ ହେବାର ସମ୍ଭାବନା -ଗୋଟିଏ ଗବେଷଣାରୁ ଜଣ ପଡିଛି ଯେ ଉଚ୍ଚ ତାପମାତ୍ରାରେ ରୋଷେଇ ହୋଇଥିବା ବ୍ରଏଲର ଚିକେନ ଖାଇବା ଦ୍ୱାରା କର୍କଟ ରୋଗ ହେବାର ସମ୍ଭାବନା ରହିଛି l ଖାସକରି ପୁରୁଷ ମାନଙ୍କ ପାଖରେ ପୋଷ୍ଟରେଟ କର୍କଟ ରୋଗ ହେବାର ସମ୍ଭାବନା ଅଧିକ ଦେଖା ଦେଇଥାଏ l

*ଜୀବାଣୁ ଦାୟକ -ଅଧିକାଂଶ ସ୍ଥାନରେ ବ୍ରଏଲର ଚିକେନ କୁ ଅଧିକ ସମୟ ଧରି ମରା ଯାଇ ରଖାଯାଇ ଥାଏ l ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ , କାରଣ ଅଧିକ ସମୟ ମରା ହୋଇ ରହିବା ଦ୍ୱାରା ଜୀବାଣୁ ଗ୍ରାସିତ ହୋଇଯାଏ l

*ସିଗାରେଟ ଠାରୁ ଭୟଙ୍କର -ତନ୍ଦୁରି ଚିକେନ ଖାଇବା ସ୍ୱାସ୍ଥ୍ୟ ପାଇଁ ଅଧିକ କ୍ଷତିକାରକ କାରଣ ଏହାକୁ ଅଧିକ ସମୟ ଗ୍ରୀଲ୍ଳେଡ଼ କରାଯାଇଥାଏ l ବ୍ରଏଲର ଚିକେନ ରେ ପ୍ରୋଟିନ ରହିଥିବା କାରଣରୁ ଅଧିକ ତାପମାତ୍ରାରେ ପୋଡ଼ାଯିବ ଦ୍ୱାରା ଏହା ୬୦ ସିଗାରେଟ ସହିତ ସମାନ ହୋଇଥାଏ l

*ସ୍ୱାସ୍ଥ୍ୟ ପାଇଁ ଅସୁବିଧା – ନିୟମିତ ବ୍ରଏଲର ଚିକେନ ଖାଇବା ଦ୍ୱାରା ମୋଟାପଣ , ଉଚ୍ଚ ରକ୍ତଚାପ ,ହୃତପିଣ୍ଡ ସମସ୍ୟା ,ଇତ୍ୟାଦି ଦେଖାଯାଏ l

* ଭୟଙ୍କର ରାସାୟନିକ ସାମଗ୍ରୀ – ବ୍ରଏଲର ଚିକେନ ର ଓଜନ ବଢାଇବା ପାଇଁ ହାନିକାରକ ରାସାୟନିକ ପଦାର୍ଥ , ଆଣ୍ଟିବାୟୋଟିକ ଇତ୍ୟାଦି ଇଂଜେକ୍ଟ କରାଯାଇ ଥାଏ l ଏହାକୁ ଖାଇବା ଦ୍ୱାରା ଭୟଙ୍କର ରୋଗ ପ୍ରଭାବିତ କରିଥାଏ l

*ଅଧିକ ମାତ୍ରାରେ ଆଣ୍ଟି ଵlୟୋଟିକ ରୋଗକୁ ଅଟକାଇବା ପାଇଁ ଓ ଦ୍ରୁତ ଗତିରେ ଓଜନ ବଢାଇବା ପାଇଁ ବ୍ରଏଲର କୁକୁଡ଼ାକୁ ଆଣ୍ଟି ବାୟୋଟିକ ଇଞ୍ଜେକ୍ସନ ଦିଆଯାଇଥାଏ l ତେଣୁ ଏହା ମଣିଷ ଶରୀର ପାଇଁ ହାନିକାରକ l

* ପୁରୁଷ ବାଞ୍ଝପନ – ପୁରୁଷ ବାଞ୍ଝପନର ସମସ୍ୟା ଆଜିକାଲି ଅଧିକ ଦେଖିବାକୁ ମିଳୁଛି l ଗବେଷକ ମାନଙ୍କ ମତରେ ବ୍ରଏଲର ଚିକେନ୍ ରେ ରହିଥିବା ରସାୟନ ପୁରୁଷ ମାନଙ୍କର ସ୍ପମକୁ ନଷ୍ଟକରୀ ନପୁଂସକ କରିଥାଏ l

ଏହାର ସମାଧାନ ପାଇଁ କ୍ୟାଲସିୟମ ଆବଶ୍ୟକତା ରହିଥିଲେ ଆମେ ମାଛ ଖାଏ ପାରିବl ମାଛରେ କ୍ୟାଲସିୟମକୁ ଛାଡି ଅନ୍ୟ ପୋଷାକ ତତ୍ୱ ରହିଛି ନଚେତ ଅର୍ଗାନିକ କୁକୁଡ଼ା ମଧ୍ୟ ଖାଇପାରିବ l

Show More

Related Articles

Back to top button