ସ୍ୱାସ୍ଥ୍ୟ

ଆପଣ ଖାଲି ପେଟରେ ଚା ପିଉଛନ୍ତି କି ?

ତେବେ ହୋଇ ଯାଆନ୍ତୁ ସାବଧାନ : ହୋଇ ପାରନ୍ତି ଏହି ରୋଗର ଶିକାର

ଭାରତୀୟ ପାନୀୟ ମାନଙ୍କ ମଧ୍ୟରେ ଚାର ଚାହିଦା ସବୁଠୁ ଅଧିକ l ପ୍ରାୟ ସମସ୍ତ ଭାରତୀୟ ସକାଳେ ଉଠିବା ମାତ୍ରକେ ଏହି ପାନୀୟକୁ ସର୍ବ ପ୍ରଥମେ ଖୋଜି ଥାଆନ୍ତି l ସମସ୍ତେ ଏହାକୁ ଖାଲି ପେଟରେ ପିଇବାକୁ ଇଛା ରଖିଥାଆନ୍ତି l କିନ୍ତୁ ଏପରି କରିବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇ ଥାଏ l ଏହି ତଥ୍ୟ ଅନେକ ଗୁଡିଏ ଗବେଷଣାରୁ ସାମ୍ନାକୁ ଆସି ସାରିଛି l ଯଦି ଆପଣ ଖାଲି ପେଟରେ ଚା ପିଉଛନ୍ତି ତେବେ ଏହା ଆପଣଙ୍କ ପାଚନ ପ୍ରକ୍ରିୟାକୁ ଶିଥିଳ କରିବା ସହିତ ଅନ୍ୟ ପେଟ ରୋଗର କାରଣ ମଧ୍ୟ ହୋଇପାରେ l ଆସନ୍ତୁ ତେବେ କାରଣ ଗୁଡିକ ଜାଣିବା l

– ଚା ରେ ଥିୟୋଫିଲାଇନ ନାମକ ରସାୟନ ରହିଛି ,ସକାଳୁ ଖାଲି ପେଟରେ ପିଇବା ଦ୍ୱାରା ଏହା କୋଷ୍ଠ କାଠିନ୍ୟର କାରଣ ହୋଇପାରେ l

– ସକାଳ ସମୟରେ ଆପଣ ଖାଲି ପେଟରେ ଚା ପିଇବା ଦ୍ୱାରା ଏହା ଆପଣଙ୍କ ଶରୀରର ଅନ୍ୟ ପୋଷାକ ତତ୍ୱ ପାଇଁ ବାଧା ସୃଷ୍ଟି କରିପାରେ l

– ଆପଣ ସକାଳ ସମୟରେ ସର୍ବ ପ୍ରଥମେ ସାଧା ପାଣି ପିଅନ୍ତୁ ,କାରଣ ଯଦି ଆପଣଙ୍କର ଏସିଡ଼ିଟି ସମସ୍ୟା ରହୁଛି ତେବେ ଏହା ଦ୍ୱାରା ଦୂର ହେବ l

– ଚା ସହିତ ବାସି ରୁଟି ଶରୀର ପାଇଁ ଅତ୍ୟନ୍ତ ଲାଭ ଦାୟକ ,ଏହା ଆପଣଙ୍କ ଶରୀରର ରକ୍ତ ଶର୍କରାକୁ ନିୟନ୍ତ୍ରିତ କରିବା ସହିତ ରକ୍ତ ଚାପକୁ ମଧ୍ୟ ନିୟନ୍ତ୍ରିତ କରିବ l

ସକାଳୁ ଆପଣ ଉଠିବା ପରେ ଆପଣଙ୍କ ଶରୀର ୮ ଘଣ୍ଟା ଶୋଇବା ଦ୍ୱାରା ନିର୍ଜଳୀୟ ହୋଇ ଯାଇଥାଏ ,ତେଣୁ ପ୍ରଥମେ ପାଣି ପିଇବା ଆବଶ୍ୟକ l ଯେଉଁ କାରଣରୁ ମାଂସପେଶୀରେ ଯନ୍ତ୍ରଣା ହୋଇଥାଏ l ତା ସହିତ ଖାଲି ପେଟରେ ଚା ପିଇବା ଦ୍ୱାରା ଆମ ଶରୀର ବିଭିନ୍ନ ସମସ୍ୟାର ସମୁଖୀନ ହୋଇଥାଏ l ତେଣୁ ଅଭ୍ୟାସକୁ ଛାଡିବା କଷ୍ଟକର ହୋଇଥିଲେ ସୁଦ୍ଧା ସେଥିରେ ସାମାନ୍ୟ ପରିବର୍ତନ କରି ନିଜକୁ ସୁସ୍ଥ ରଖିପାରିବା l

Show More

Related Articles

Back to top button