ଓଡ଼ିଶାମୁଖ୍ୟ ଖବର

ରେଜଲ୍ଟକୁ ଚ୍ୟାଲେଞ୍ଜ୍ କଲେ ସବୁ ବିଷୟରେ ଦେବାକୁ ପଡିବ ପରୀକ୍ଷା

ସର୍ତ୍ତାବଳୀ ଲାଗୁ କଲା ବୋର୍ଡ

ପ୍ରକାଶିତ ରେଜଲ୍ଟକୁ ନେଇ କେହି ପରୀକ୍ଷାର୍ଥୀ ଅସନ୍ତୁଷ୍ଟ ଥିଲେ ସେମାନଙ୍କ ପଇଁ ବିକଳ୍ପ ପରୀକ୍ଷା ବ୍ୟବସ୍ଥା ରହିଛି । ମାତ୍ର ଉକ୍ତ ସ୍ୱତନ୍ତ୍ର ପରୀକ୍ଷା ବ୍ୟବସ୍ଥାରେ ବୋର୍ଡ କିଛି ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଲାଗୁ କରିଛି । ରେଜଲ୍ଟକୁ ଚ୍ୟାଲେଞ୍ଜ କରୁଥିବା ପରୀକ୍ଷାର୍ଥୀମାନେ ସମସ୍ତ ବିଷୟରେ ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ ନିୟମ ରଖାଯାଇଛି ।

କୌଣସି ପରୀକ୍ଷାର୍ଥୀ ଚାହିଁଲେ ନିଜ ଇଚ୍ଛାରେ ନିର୍ଦ୍ଦିଷ୍ଟ କିଛି ବିଷୟରେ ପରୀକ୍ଷା ଦେଇପାରିବେ ନାହିଁ । ପରୀକ୍ଷା ପାଇଁ ଆବେଦନ କରୁଥିବା ପରୀକ୍ଷାର୍ଥୀଙ୍କୁ ସାହିତ୍ୟ, ଇଂରାଜୀ, ହିନ୍ଦୀ/ସଂସ୍କୃତ, ଗଣିତ, ସାଧାରଣ ବିଜ୍ଞାନ ଓ ସାମାଜିକ ବିଜ୍ଞାନ ସମସ୍ତ ୬ଟି ଯାକ ବିଷୟରେ ପରୀକ୍ଷା ଦେବାକୁ ପଡ଼ିବ ବୋଲି ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସେହିପରି ଉକ୍ତ ପରୀକ୍ଷାରେ ଯାହା ଫଳାଫଳ ବାହାରିବ ତାହାହିଁ ଚୂଡ଼ାନ୍ତ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ।

Show More

Related Articles

Back to top button