Breaking PLUSଖେଳଦେଶଦେଶ ବିଦେଶ

ସେମିଫାଇନାଲରୁ ବାଦ ପଡ଼ିଲା ଭାରତ

ନ୍ୟୁଜିଲାଣ୍ଡ ଆଫଗାନିସ୍ତାନକୁ ହରାଇବା ପରେ ଭାରତର ସେମିଫାଇନାଲକୁ ଯିବାର ଆଶା ସଂପୂର୍ଣ୍ଣ ଭାବେ ଶେଷ ହୋଇଯାଇଛି

ଚଳିତ ଟି-୨୦ ବିଶ୍ୱକପରେ ଗତକାଲି ନ୍ୟୁଜିଲାଣ୍ଡ ଆଫ୍‌ଗାନିସ୍ତାନକୁ ହରାଇବା ପରେ ଭାରତର ସେମିଫାଇନାଲକୁ ଯିବାର ଆଶା ଭାଙ୍ଗିଯାଇଛି । ଫଳରେ ଆଜି ଦୁବାଇରେ ଭାରତ ଓ ନାମିବ୍ୟା ମଧ୍ୟରେ ଖେଳାଯିବାକୁ ଥିବା ସୁପର-୧୨ର ଶେଷ ଲିଗ୍‌ ମ୍ୟାଚର କୌଣସି ଗୁରୁତ୍ୱ ନାହିଁ । ଗ୍ରୁପ୍‌-୨ରେ ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ୪ ମ୍ୟାଚରୁ ୨ ଲେଖାଏଁ ବିଜୟ ଓ ପରାଜୟରୁ ୪ ପଏଣ୍ଟ ପାଇ ଟେବୁଲର ତୃତୀୟ ସ୍ଥାନରେ ରହିଛି ।

ନାମିବ୍ୟା ସମାନ ମ୍ୟାଚ ଖେଳି କେବଳ ଗୋଟିଏ ବିଜୟ ସହ ପଞ୍ଚମରେ ରହିଛି । ପାକିସ୍ତାନ ୫ ରୁ ୫ ଏବଂ ନ୍ୟୁଜିଲାଣ୍ଡ ୫ ରୁ ୪ ଜିତି ଏହି ଗ୍ରୁପ୍‌ର ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ରହି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ପୂର୍ବରୁ ଟି-୨୦ରେ କେବେ ବି ଭାରତ ଓ ନାମିବ୍ୟା ମୁହାଁମୁହିଁ ହୋଇନାହାନ୍ତି । ପ୍ରଥମ ଥର ଲାଗି ଚଳିତ ବିଶ୍ୱକପରେ ଦୁବାଇରେ ଏହି ଦୁଇ ଦଳ ମୁହାଁମୁହିଁ ହେବେ । ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ଏବଂ ଗେରହାର୍ଡ ଏରାସମୁସଙ୍କ ନେତୃତ୍ୱରେ ନାମିବ୍ୟା ପଡ଼ିଆକୁ ଓହ୍ଲାଇବ । ସେମିଫାଇନାଲ ଖେଳିବା ଆଶା ନଥିବାରୁ ଭାରତ କେବଳ ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ଖେଳିବ ।

Show More

Related Articles

Back to top button