
ବଲିଉଡ ଅଭିନେତା ସୋନୁ ସୁଦ କରୋନା ଭାଇରସର ପ୍ରଥମ ଲହର ଠାରୁ ଆରମ୍ଭ କରି ଦ୍ଵିତୀୟ ଲହର ପର୍ଯ୍ୟନ୍ତ ଆବଶ୍ୟକତା ଥିବା ଲୋକଙ୍କୁ ସଙ୍ଗେ ସଙ୍ଗେ ସାହାଯ୍ୟ ଯୋଗାଇ ଆସୁଛନ୍ତି l ଖାଲି ସେତିକି ନୁହେଁ ଗରିବ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଅନୁରୋଧ ମଧ୍ୟ୍ୟ କରିଛନ୍ତି l ଏଥି ମଧ୍ୟରେ ସେ ଶିକ୍ଷା କ୍ଷେତ୍ରରେ ଆଉ ଏକ ମୋହାନ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି lଏହି ଅଭିନେତା ଏବେ ସଭିଲ ସର୍ଭିସ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ କୋଚିଂ ସ୍କଲାରସିପ ଯୋଗାଇଦେବାକୁ ନିଷ୍ପତ୍ତି କରିଛନ୍ତି l ଏନେଇ ସୋନୁ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଜଣାଇଛନ୍ତି l
ସେ ଟ୍ୱିଟ କରି କହିଛନ୍ତି ଯେ, ଆଇଏଏସ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ “ସମ୍ଭବମ” ନାମକ ଏକ ଯୋଜନା ଆରମ୍ଭ କରିଛନ୍ତି lସେ ମାଗଣା କୋଚିଂ ଦେବା ନେଇ ଟ୍ୱିଟରେ ଲେଖିଛନ୍ତି ଯେ, करनी है आईएएस की तैयारी… हम लेंगे आपकी जिम्मेदारी। ସମ୍ଭବମର ଘୋଷଣା କରିବା ସମୟରେ ସେ ବହୁତ ରୋମାଂଚିତ ଥିବା ଜଣାଇଛନ୍ତି l ଏହା ସୁଦ ଚାରିଟି ଫାଉଣ୍ଡେସନ ଏବଂ ଦିଆ ଦିଲ୍ଲୀର ଏକ ଆରମ୍ଭ l ଏହି ସୂଚନା ସହ ସେ ଏକ ଫୋଟୋ ମଧ୍ୟ ସେୟାର କରିଛନ୍ତି l ଏଥିରେ ସେ ଲେଖିଛନ୍ତି ଯେ ମୁଁ ଇଛୁକ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ରେ ଆଇଏଏସ କୋଚିଂ ଦେବା ପାଇଁ ପ୍ରତିଜ୍ଞା କରୁଛି l