ଦେଶ ବିଦେଶବାଣିଜ୍ୟ

ରେଷ୍ଟୁରାଣ୍ଟ ବନ୍ଦ ହେବା ପରେ ରାସ୍ତା କଡ ପୁରୁଣା ଦୋକାନକୁ ଫେରିଲେ କାନ୍ତା ପ୍ରସାଦ

କହିଲେ-ଆମେ ଗୌରବଙ୍କୁ କେବେ ଚୋର କହିନୁ

ବାବା କା ଢାବାର ମାଲିକ କାନ୍ତା ପ୍ରସାଦ ପୁଣି ଥରେ ଚର୍ଚ୍ଚାରେ। ଦିଲ୍ଲୀରେ ଗତ ବର୍ଷ ଖୋଲିଥିବା ତାଙ୍କ ରେଷ୍ଟୁରାଣ୍ଟ ଗ୍ରାହକଙ୍କୁ ଆକର୍ଷିତ କରି ପାରିନଥିଲା। ଏବେ ଉକ୍ତ ରେଷ୍ଟୁରାଣ୍ଟକୁ ବନ୍ଦ କରି କାନ୍ତା ପ୍ରସାଦ ନୂଆଦିଲ୍ଲୀର ମାଲବୀୟ ନଗରରେ ରାସ୍ତା କଡରେ ଥିବା ନିଜର ପୁରୁଣା ଭୋଜନାଳୟକୁ ଫେରି ଆସିଛନ୍ତି। ଏବେ କାନ୍ତା ପ୍ରସାଦଙ୍କ ନୂତନ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ଏଥିରେ ସେ ନିଜ ଭୁଲ୍ ପାଇଁ କ୍ଷମା ମାଗିବା ସହ ଗୌରବ ବାସନଙ୍କୁ କେବେ ବି ଚୋର କହିନଥିବା କହୁଥିବା ଦେଖିବାକୁ ମିଳିଛି।ଦିଲ ସେ ଫୁଡି କେ ନାମକ ଏକ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ଦ୍ଵାରା ପୋଷ୍ଟ କରାଯାଇଥିବା ଏକ ଭିଡିଓରେ କାନ୍ତା ପ୍ରସାଦ ନିଜର ପୁରୁଣା ଷ୍ଟଲ୍‌ରେ କିଛି ପରାଟା ତିଆରି କରୁଥିବା ଦେଖିବାକୁ ମିଳିଛି। ଗୌରବ ବାସନଙ୍କୁ ଆମେ କେବେ ଚୋର ବୋଲି କହିନୁ ବୋଲି କାନ୍ତା କହିଛନ୍ତି। କିନ୍ତୁ ସେହି ସମୟରେ କାନ୍ତା ତାଙ୍କୁ ମିଳିଥିବା ପୂରା ଆର୍ଥିକ ରାଶି ନପାଇବା କାରଣରୁ କ୍ରୋଧିତ ହୋଇ ଏମିତି ବୟାନ ଦେଇଥିଲେ।ଏହା ପରେ ଡିସେମ୍ବରରେ କାନ୍ତା ପ୍ରସାଦ ଦାନରେ ମିଳିଥିବା ଟଙ୍କାରେ ଦିଲ୍ଲୀରେ ଏକ ନୂତନ ରେଷ୍ଟୁରାଣ୍ଟ ଆରମ୍ଭ କରିଥିଲେ।

ହେଲେ ତାଙ୍କୁ ବହୁତ କ୍ଷତି ଉଠାଇବାକୁ ପଡିଥିଲା, ଏଥିପାଇଁ ତାଙ୍କୁ ରେଷ୍ଟୁରାଣ୍ଟ ବନ୍ଦ କରିବାକୁ ପଡିଥିଲା।ପ୍ରସାଦ ଏଏନଆଇକୁ କହିଛନ୍ତି ଯେ, ମୁଁ ଫେବୃଆରୀ ୧୫ରୁ ନୂତନ ଭୋଜନାଳୟକୁ ବନ୍ଦ କରି ଦେଇ ସାରିଛି। ଏହାକୁ ଚଳାଇବା ପାଇଁ ପ୍ରାୟ ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା। ମୋତେ ସେଠାରେ କାମ କରୁଥିବା ଶ୍ରମିକଙ୍କୁ ମାସିକ ୩୬ ହଜାର ଟଙ୍କା ଦେବାକୁ ପଡୁଥିଲା। ଉକ୍ତ ଦୋକାନର ଭଡା ମାସିକ ୩୫ ହଜାର ଟଙ୍କା ଥିଲା। ଏହା ବ୍ୟତୀତ ବିଜୁଳି ବିଲ୍, ପାଣି ବିଲ୍ ଆଦି ସାମିଲ ଥିଲା। ଖର୍ଚ୍ଚ ତୂଳନାରେ ଆୟ ବହୁତ କମ ଥିଲା। ଏଥିପାଇଁ ନୂଆ ରେଷ୍ଟୁରାଣ୍ଟକୁ ବନ୍ଦ କରିବା ଜରୁରୀ ଥିଲା ବୋଲି କାନ୍ତା ପ୍ରସାଦ କହିଛନ୍ତି।

Show More

Related Articles

Back to top button