ଦେଶ ବିଦେଶ

ହାଇଦ୍ରାବାଦରେ ମୃଦୁ ଭୂକମ୍ପର ଝଟକା

୪.୦ ତୀବ୍ରତାରେ କମ୍ପନ ଅନୁଭୂତ

ତେଲେଙ୍ଗାନାର ହାଇଦ୍ରାବାଦରେ ଭୂକମ୍ପ ଅନୁଭୂତ । କୌଣସି ଧନଜୀବନ ନଷ୍ଟ ହୋଇନି କି କ୍ଷୟକ୍ଷତି ହୋଇନଥିବା ସୂଚନା । କିନ୍ତୁ ରିକ୍ଟର ସ୍କେଲରେ ତୀବ୍ରତା ୪.୦ ରହିଥିଲା । ଯାହାଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଯାଇଛି । ଜାତୀୟ ଭୂକମ୍ପ କେନ୍ଦ୍ର ଆନ୍ଧ୍ରପ୍ରଦେଶର ଅଧିକାରୀମାନେ କହିଛନ୍ତି ଯେ ଭୂକମ୍ପର କେନ୍ଦ୍ରସ୍ଥଳ ହାଇଦ୍ରାବାଦର ଦକ୍ଷିଣରେ ଥିଲା। ୪.୦ ମ୍ୟାଗ୍ନିଚ୍ୟୁଡର ଏହି କମ୍ପନ ସକାଳ ୫ ଟାରେ ଘଟିଛି ।

 

ଏଇ କିଛିଦିନ ଭିତରେ ଅନେକ ରାଜ୍ୟରେ ଭୂକମ୍ପ ହେବାର ନିରନ୍ତର ଖବର ରହିଛି । ରବିବାର ଉତ୍ତର-ପୂର୍ବ ସିକ୍କିମର ଗାଙ୍ଗଟୋକ ସହରରେ ରବିବାର ରାତି ପ୍ରାୟ ୮.୪୦ ସମୟରେ ଏକ ଭୂକମ୍ପ ହୋଇଥିଲା । ଜୁଲାଇ ୧୯ ରେ ମଧ୍ୟ ଗାଙ୍ଗଟକ ସମେତ ସିକ୍କିମର ଅନେକ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଥିଲା ।

Show More

Related Articles

Back to top button