ଦୁର୍ଘଟଣାଦେଶ ବିଦେଶଭକ୍ତିମୁଖ୍ୟ ଖବର

କେଦାରନାଥ ମନ୍ଦିର ନିକଟରେ ଧସିଲା ବିଶାଳକାୟ ବରଫ ଖଣ୍ଡ

ଡେରାଡୁନ: ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ ହୋଇଛି। କେଦାରନାଥ ମନ୍ଦିର ନିକଟରେ ଧସିଲା ବିଶାଳକାୟ ବରଫ ଖଣ୍ଡ। ହିମାଳୟ ପର୍ବତରୁ ବିଶାଳକାୟ ବରଫ ଖଣ୍ଡ ଧସିଛି। ତେବେ ଏଥିରେ ମନ୍ଦିରର କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି। ଶ୍ରୀବଦ୍ରିନାଥ-କେଦାରନାଥ ମନ୍ଦିର ସମିତି ଅଧ୍ୟକ୍ଷଙ୍କ କହିବା ଅନୁସାରେ, ହିମାଳୟ ପର୍ବତରୁ ଆଜି ସକାଳେ ହିମସ୍ଖଳନ ହୋଇଥିଲା। ତେବେ ଏଥିରେ ମନ୍ଦିରର କୌଣସି କ୍ଷୟକ୍ଷତି ହୋଇନାହିଁ। ଘଟଣାସ୍ଥଳରେ ଥିବା ଯାତ୍ରୀମାନେ କିନ୍ତୁ ଭୟଭୀତ ହୋଇପଡିଥିଲେ। ସେପଟେ ହିମସ୍ଖଳନ ବେଳର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ କିଭଳି ପାହାଡ ଉପରୁ ବରଫ ଖଣ୍ଡ ଧସୁଛି ତା’ର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି। ଏହି ଭଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗତମାସ ୨୩ ତାରିଖରେ ମଧ୍ୟ କେଦାରନାଥ ମନ୍ଦିର ନିକଟ ପାହାଡରେ ହିମସ୍ଖଳନ ହୋଇଥିଲା। ଏଥିଯୋଗୁଁ ଘଟଣାସ୍ଥଳରେ ଉପସ୍ଥିତ ଥିବା ଯାତ୍ରୀମାନେ ଭୟଭୀତ ହୋଇ ପଡିଥିଲେ। ସେତେବେଳେ ମଧ୍ୟ କେଦାରନାଥ ମନ୍ଦିରର କୌଣସି କ୍ଷତି ହୋଇ ନଥିଲା। କେଦାରନାଥ ଘାଟିରେ ବର୍ଷା ଜାରି ରହିଛି। ଏଥିଯୋଗୁଁ ବିଭିନ୍ନ ସମୟରେ ଏଠାରେ ଭୁସ୍ଖଳନ ହୋଇ ଜାତୀୟ ରାଜପଥ ଅବରୋଧ ହେଉଛି। ବର୍ଷା ଯୋଗୁଁ ଚାରିଧାମ ଯାତ୍ରା ମଧ୍ୟ ପ୍ରଭାବିତ ହୋଇଛି। ବଦ୍ରିନାଥ ଓ କେଦାରନାଥ ଜାତୀୟ ରାଜପଥରେ ଯାତାୟତ ମଧ୍ୟ ବାଧା ପ୍ରାପ୍ତ ହେଉଛି।

Show More

Related Articles

Back to top button