ଦେଶ ବିଦେଶମୁଖ୍ୟ ଖବର

କେତେ ଘାତକ ହେବ କରୋନା ?

ବିଶେଷଜ୍ଞଙ୍କ ଭବିଷ୍ୟବାଣୀ, ମାର୍ଚ୍ଚରେ ପ୍ରତିଦିନ ଆସିବ ୨ ଲକ୍ଷ ମାମଲା

ଭାରତରେ କରୋନା ମାମଲା ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । ବର୍ଷର ପ୍ରଥମ ଦିନରେ ଦେଶରେ ୨୨,୭୫୫ ନୂତନ ମାମଲା ପଞ୍ଜିକୃତ ହୋଇଛି । ଗତ ବର୍ଷ ଡିସେମ୍ବର ୨୬ ରୁ କରୋନାର ଦୈନିକ ମାମଲା ବୃଦ୍ଧି ପାଉଛି । ବିଶେଷଜ୍ଞ ମାନେ କହିଛନ୍ତି ଯେ, ମହାମାରୀର ତୃତୀୟ ଲହର ପୂର୍ବରୁ ପହଞ୍ଚିସାରିଲାଣି । ଫଳରେ ଓମିକ୍ରନ୍ ଡେଲଟା ଭାରିଆଣ୍ଟର ସ୍ଥାନ ନେବା ଆରମ୍ଭ କରିଦେଇଛି । ବିଶେଷଜ୍ଞ ମାନେ ଆହୁରି କହିଛନ୍ତି କରୋନା ମାମଲା ଫେବୃଆରୀ କିମ୍ବା ମାର୍ଚ୍ଚ ମାସରେ ଶିଖର ଛୁଇଁପାରେ । ସେତେବେଳେ ଦୈନିକ ମାମଲା ଦୁଇ ଲକ୍ଷ ପାଖାପାଖି ବାହାରିପାରେ । ସୂଚନା ଥାଉକି, କରୋନାର ମୂଆ ମ୍ୟୁଟାଣ୍ଟ ଓମିକ୍ରନ୍ ଚିହ୍ନଟ ହେବାର ହେବାର କିଛି ଦିନ ମଧ୍ୟରେ ଦେଶରେ କରୋନା ମାମଲା ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । ଗତ ବର୍ଷ ଡିସେମ୍ବର ୨୬ରୁ କରୋନାର ଦୈନିକ ମାମଲାରେ ବୃଦ୍ଧି ଘଟିଥିଲା ।

ଡିସେମ୍ବର ମଧ୍ୟଭାଗରେ କରୋନା ମାମଲା ପ୍ରତିଦିନ ୬ ହଜାରରୁ ଅଧିକ ଥିଲା । କିନ୍ତୁ ହଠାତ୍ କରୋନା ମାମଲା ଅତି କ୍ଷୀପ୍ର ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ପରିସ୍ଥିତିରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ କରାଇ ଦେଇଛି ଯେ ଓମିକ୍ରନ୍ ହେତୁ ଭାରତରେ କରୋନା ମାମଲା ଆହୁରି ବଢିପାରେ । ତେଣୁ ଆଗୁଆ ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି । ତୃତୀୟ ଲହର ବିଷୟରେ ବିଶେଷଜ୍ଞ ଓ ବୈଜ୍ଞାନିକମାନେ ଆରମ୍ଭ କରିଦେଇଛନ୍ତି ସେମାନଙ୍କ କଳ୍ପନା ଜଳ୍ପନା । ତୃତୀୟ ଲହର ବିଷୟରେ ପଚରାଯିବାରୁ, NITI ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭି.କେ ପାଲ କହିଛନ୍ତି ଯେ ଏହା ଲୋକଙ୍କ ଉପରେ ଏବଂ ଟିକାକରଣ ଉପରେ ନିର୍ଭର କରେ । କରୋନା ସଂକ୍ରମଣର ପ୍ରସାର କେବଳ ଏକ ପ୍ରଭାବଶାଳୀ ପ୍ରତିରୋଧ କୌଶଳ ମାଧ୍ୟମରେ ବନ୍ଦ ହୋଇପାରିବ । ତେଣୁ କରୋନାର ତୃତୀୟ ଲହର ପ୍ରଭାବିତ ହେବା ସମ୍ଭାବନା କମ୍ । କେତେକ ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ ଓମିକ୍ରନ୍ କାରଣରୁ କରୋନା ମାମଲା ବୃଦ୍ଧି ପାଇବ । କିନ୍ତୁ ଏହା ଡେଲ୍ଟା ଭାରିଆଣ୍ଟ ଅପେକ୍ଷା ଗମ୍ଭୀର ହେବନି ।

Show More

Related Articles

Back to top button