Breaking PLUSଓଡ଼ିଶାମୁଖ୍ୟ ଖବର

କରୋନା କଟକଣା ମଧ୍ୟରେ ଆସନ୍ତାକାଲି ପାଳନ ହେବ ପବିତ୍ର ଇଦ୍ ପର୍ବ

ଆସନ୍ତାକାଲି ଅର୍ଥାତ ଶୁକ୍ରାବର ପାଳନ ହେବ ପବିତ୍ର ଇଦ୍‌ ପର୍ବ । ଅଞ୍ଜୁମନ ଇସ୍‌ଲାମୀୟ ଚାନ୍ଦ୍‌ କମିଟିର ନିଷ୍ପତ୍ତି କ୍ରମେ ସାରା ରାଜ୍ୟରେ ଥିବା ମୁସଲମାନ ଭାଇଭଉଣୀମାନେ ଶୁକ୍ରବାର ଦିନ କଟକଣା ମଧ୍ୟରେ ନମାଜ ପାଠ କରିବା ସହିତ ନିରାଡମ୍ବର ଭାବେ ଇଦ୍‌ ପର୍ବ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କମିଟିର ସଦସ୍ୟ ରମଜାନ୍‌ ଖାଁ ସୂଚନା ଦେଇଛନ୍ତି ।

ମୁସଲମାନ ସମ୍ପ୍ରଦାୟଙ୍କ ପାଇଁ ଇଦ୍‌ ହେଉଛି ଏକ ବଡ଼ ପର୍ବ । ଏହାର ମାସକ ପୂର୍ବରୁ ସମସ୍ତ ମୁସଲମାନ ଭାଇଭଉଣୀମାନେ ଉର୍ଦ୍ଦୁ କ୍ୟାଲେଣ୍ଡର୍‌ ଅନୁସାରେ ମାସକ ଯାକ ଉପବାସ କରିଥାନ୍ତି । ଏହି ଆଧାରରେ ଚଳିତ ବର୍ଷ ଗତ ମାସ ମୁସଲମାନ ସମ୍ପ୍ରଦାୟର ଲୋକମାନେ ରମଜାନ ମାସ ପାଳନ କରି ଆସୁଥିଲେ । ଆସନ୍ତାକାଲି ଶେଷ ରୋଜା ଥିଲା ବେଳେ ତାହା ପରଦିନ ଇଦ୍‌ ପାଳନକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଇଦ୍‌ର ସ୍ୱତନ୍ତ୍ର ନମାଜ ପାଠ କରାଯିବ । ମସ୍‌ଜିଦ୍‌ ବନ୍ଦ ଥିବାରୁ ଘରେ ରହି ନମାଜ ପାଠ କରିବେ। ତାହା ସହିତ ଧର୍ମାନୁଷ୍ଠାନଗୁଡିକରେ ପୂଜକଙ୍କ ସମେତ ମାତ୍ର ୪ଜଣ କର୍ମକର୍ତ୍ତାଙ୍କୁ ନେଇ କୋଭିଡ୍‌ ଗାଇଡ୍‌ଲାଇନ୍‌ ସହ ନମାଜ ପାଠ କରାଯିବ ।

ଦରଘାବଜାରସ୍ଥିତ କଦମ୍‌ ଏ ରସୁଲ୍‌ ମସ୍‌ଜିଦ୍‌, ମଙ୍ଗଳାବାଗସ୍ଥିତ ରଜା ମସ୍‌ଜିଦ୍‌, ଯୋବ୍ରା ମସ୍‌ଜିଦ୍‌, ଝୋଲା ସାହି ମସ୍‌ଜିଦ୍‌ ଓ ଓଏମ୍‌ପି ମସ୍‌ଜିଦ୍‌ ଭଳି ଅନେକ ମସ୍‌ଜିଦ୍‌କୁ ପୂର୍ବ ବର୍ଷ ଭଳି ସେତେଟା ପ୍ରସ୍ତୁତି କରାଯାଇନାହିଁ ।

Show More

Related Articles

Back to top button