Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ୬୫ ଲକ୍ଷ ଟପିଲା ଟିକାକରଣ

ରାଜ୍ୟରେ ଆଜି ସୁଦ୍ଧା ୬୫ ଲକ୍ଷ ୨୨ ହଜାର ୮୦୯ ହିତାଧିକାରୀ ଟିକା ନେଲେଣି। ଏଥିରୁ ୪୫ବର୍ଷରୁ ଊର୍ଦ୍ଧ୍ବ ୪୬ ଲକ୍ଷ ୬୮ ହଜାର ୭୨୪ ଜଣଙ୍କୁ ପ୍ରଥମ ପାନ ଟିକା ଦିଆଯାଇଥିବା ବେଳେ ୯ ଲକ୍ଷ ୬୪ ହଜାର ୬୪୭ ଜଣଙ୍କୁ ଦ୍ୱିତୀୟ ପାନ ଦିଆଯାଇଛି।

ରାଜ୍ୟରେ ଆଜି ସୁଦ୍ଧା ୬୫ ଲକ୍ଷ ୨୨ ହଜାର ୮୦୯ ହିତାଧିକାରୀ ଟିକା ନେଲେଣି। ଏଥିରୁ ୪୫ବର୍ଷରୁ ଊର୍ଦ୍ଧ୍ବ ୪୬ ଲକ୍ଷ ୬୮ ହଜାର ୭୨୪ ଜଣଙ୍କୁ ପ୍ରଥମ ପାନ ଟିକା ଦିଆଯାଇଥିବା ବେଳେ ୯ ଲକ୍ଷ ୬୪ ହଜାର ୬୪୭ ଜଣଙ୍କୁ ଦ୍ୱିତୀୟ ପାନ ଦିଆଯାଇଛି। ସେହିପରି ୩ ଲକ୍ଷ ୨୬ ହଜାର ୩୮୯ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ପାନ ଏବଂ ୨ ଲକ୍ଷ ୭୫ ହଜାର ୩୬୬ ଜଣଙ୍କୁ ଦ୍ୱିତୀୟ ପାନ ଦିଆଯାଇଥିବା ବେଳେ ୨ ଲକ୍ଷ ୨୯ ହଜାର ୫୨୮ ଜଣ କରୋନା ଯୋଦ୍ଧାଙ୍କୁ ପଥମ ପାନ ଏବଂ ୧ ଲକ୍ଷ ୬୫ ହଜାର ୩୫୯ ଜଣଙ୍କୁ ଦ୍ୱିତୀୟ ପାନ ଦିଆଯାଇଛି।

ଏହାବାଦ୍‍ ୧୮ରୁ ୪୪ବର୍ଷଙ୍କ ପାଇଁ ୫ଟି ମହାନଗରରେ ଚାଲିଥିବା ଟିକାକରଣରେ ଏବେ ସୁଦ୍ଧା ୮୪ ହଜାର ୭୮୨ ଜଣଙ୍କୁ ଟିକାକରଣ କରାଯାଇଛି। ଆଜି ୪୯୭ଟି କେନ୍ଦ୍ରରେ ୫୮ ହଜାର ୫୫ ଜଣଙ୍କୁ ଟିକା ଦିଆଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

Show More

Related Articles

Back to top button