Breaking PLUSଜୀବନଚର୍ଯ୍ୟାମୁଖ୍ୟ ଖବର

ହଲିଉଡ୍ ଅଭିନେତା ଫ୍ରେଡ୍ ଓ୍ୱାର୍ଡଙ୍କ ଦେହାନ୍ତ

ମୁମ୍ବାଇ : ହଲିଉଡ୍‌ର ଅଭିନେତା ଫ୍ରେଡ ୱାର୍ଡ ୭୯ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ତାଙ୍କ ମୃତ୍ୟୁରେ ହଲିଉଡ୍‌ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ପ୍ରଶଂସକ ଓ ବଡ ବଡ ସେଲିବ୍ରିଟିମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ତାଙ୍କୁ ଅନେକ ଚଳଚ୍ଚିତ୍ର ଏବଂ ଟିଭି ଶୋ’ରେ ମଧ୍ୟ ଦେଖିବାକୁ ମିଳିବ । ଗଣମାଧ୍ୟମ ସୂଚନା ଅନୁଯାୟୀ, ଅଭିନେତାଙ୍କ ପରିବାର ପକ୍ଷରୁ ମୃତ୍ୟୁର କାରଣ ବିଷୟରେ କୌଣସି ଖବର ମିଳି ନାହିଁ । ଫ୍ରେଡ ୱାର୍ଡ ୧୯୬୦ ଦଶକରେ ଆମେରିକାର ବାୟୁସେନାରେ ତିନି ବର୍ଷ କାମ କରିଥିଲେ। ସେ ଜଣେ ବକ୍ସର ମଧ୍ୟ ଅଟନ୍ତି। ପରେ ସେ ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିଲେ। ସେ ୨୦୧୫ରେ ଟେଲିଭିଜନ୍ ଧାରାବାହିକ ‘ଟ୍ରୁ ଡିଟେକ୍ଟିଭ୍’ରେ ତାଙ୍କର ଶେଷ ଭୂମିକା ଗ୍ରହଣ କରିଥିଲେ । ଫ୍ରେଡ୍‌ଙ୍କ ଦମ୍‌ଦାର ଅଭିନୟ ପାଇଁ ସେ ଅନେକ ପୁରସ୍କାର ମଧ୍ୟ ଜିତିଛନ୍ତି ।

Show More

Related Articles

Back to top button