ଅପରାଧଆଇନ କାନୁନଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ରସ୍ୱାସ୍ଥ୍ୟ

ସାନଭାଇର ଟାଙ୍ଗିଆ ଚୋଟରେ ବଡଭାଇର ମୃତ୍ୟୁ

ଭବାନୀପାଟଣା: ପାରିବାରିକ କଳହର କରୁଣ ପରିଣତି । ସାନଭାଇର ଟାଙ୍ଗିଆ ଚୋଟରେ ବଡଭାଇର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ସଦରଥାନା କର୍ଲାପଡା ଫାଣ୍ଡି ପଣ୍ଡିଗାଁ’ରେ । ପୋଲିସ୍ ଘଟଣାର ତଦନ୍ତ ଜାରି ରଖିବା ସହ ସାନଭାଇକୁ ଅଟକ ରଖି ପଚରାଉଚରା କରୁଛି ।

ସୂଚନା ଅନୁଯାୟୀ, ସଦରଥାନା କର୍ଲାପଡା ଫାଣ୍ଡି ପଣ୍ଡିଗାଁ’ରେ ଜଣେ ସଂପର୍କୀୟ ବଡଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସାନଭାଇ । ପତ୍ନୀକୁ ଅସଦାଚରଣ କରିବାରୁ ସାନଭାଇ ବଡଭାଇକୁ ଏପରି ନୃଶଂସ ବାବେ ହତ୍ୟା କରିଥିବା କୁହାଯାଉଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ବିଷୟରେ ଏଯାଏ କୌଣସି ସୂଚନା ମିଳିପାରି ନାହିଁ ।

Show More

Related Articles

Back to top button