ଓଡ଼ିଶା

ନୟାଗଡ଼ରେ ହକି ବିଶ୍ଵକପ୍ ଟ୍ରଫିକୁ ଉଚ୍ଛ୍ୱାସ ସମ୍ବର୍ଦ୍ଧନା

ଭୁବନେଶ୍ଵର, ୨୬/୧୨ : ନୟାଗଡ଼ରେ ହକି ବିଶ୍ଵକପ୍ ଟ୍ରଫିକୁ ବିପୁଳ ସମ୍ବର୍ଦ୍ଧନା । ନୟାଗଡ଼ରେ ଟ୍ରଫିକୁ ସ୍ଵାଗତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ନୟାଗଡ଼ ମହାବିଦ୍ୟାଳୟ ଠାରୁ ଛାତ୍ରଛାତ୍ରୀଙ୍କର ଏକ ମାରାଥନ୍ ବାହାରି ପୁରୁଣାସହରର ଦକ୍ଷିଣକାଳୀ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ପରେ ଜଗନ୍ନାଥ ମନ୍ଦିର ଠାରେ ଟ୍ରଫିକୁ ସ୍ଵାଗତ କରିବା ପାଇଁ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁଙ୍କ ସମେତ ଜିଲ୍ଲାର ବହୁ ଅଧିକାରୀ ଉପସ୍ଥିତ ଥିଲେ । ଟ୍ରଫିକୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଖୋର୍ଦ୍ଧା ଜିଲ୍ଲା ଅଭିମୁଖେ ବାହାରିଥିଲା ।

ସାରା ଦେଶରେ ଟ୍ରଫି ବୁଲିବା ପରେ ରବିବାର ଭୁବନେଶ୍ଵରରେ ପହଞ୍ଚିଥିଲା। ଭୁବନେଶ୍ଵରରେ ଟ୍ରଫିକୁ ଉଚ୍ଛ୍ଵସିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଭୁବନେଶ୍ଵର ପରେ ଟ୍ରଫିକୁ ସ୍ଵାଗତ କରିବାକୁ ନୟାଗଡ଼ ଜିଲ୍ଲାକୁ ପ୍ରଥମ ସୁଯୋଗ ମିଳିଥିବାରୁ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା । ଛାତ୍ରଛାତ୍ରୀମାନେ ଏଭଳି ଏକ ଉତ୍ସବରେ ଯୋଗଦେଇ ନିଜକୁ ଧନ୍ୟ ମନେକରିବା ସହ ଚଳିତ ହକି ବିଶ୍ଵକପରେ ଭାରତ ଫାଇନାଲକୁ ଯିବ ଏବଂ ଟ୍ରଫି ଜିତିବ ବୋଲି କହିଛନ୍ତି ।ଆସନ୍ତା ୧୩ତାରିଖ ଠାରୁ ଭୁବନେଶ୍ଵର ଏବଂ ରାଉରକେଲା ଠାରେ ହକି ବିଶ୍ଵକପ୍ ଆରମ୍ଭ ହେବ ।

Show More

Related Articles

Back to top button