ଦେଶ ବିଦେଶମୁଖ୍ୟ ଖବର

ନେପାଳର ନୂଆ ପ୍ରଧାନମନ୍ତ୍ରୀ ହେଲେ ପୁଷ୍ପ କମଲ ଦହଲ, ଶପଥ ପାଠ କରାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୨୬/୧୨ : ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡ ନେପାଳର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ତାଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି । ଆଜି (ସୋମବାର) ଅପରାହ୍ନ ୪ଟାରେ ସେ ଶପଥ ନେଇଛନ୍ତି। ରବିବାର ସୁଦ୍ଧା ସରକାର ଗଠନ କରିବା ଲାଗି ରାଷ୍ଟ୍ରପତି ସବୁ ରାଜନୈତିକ ଦଳକୁ ସମୟ ସୀମା ଦେଇଥିଲେ । ସେହି ଅନୁସାରେ ପ୍ରଚଣ୍ଡଙ୍କ ସିପିଏନ୍‌-ମାଓଇଷ୍ଟ ସେଣ୍ଟର ଓ ଅନ୍ୟ ୫ଟି ଦଳ ଏକାଠି ହୋଇ ସରକାର ଗଠନ କରିବା ଲାଗି ନିଷ୍ପତ୍ତି ନେଇଥିଲେ ।

ନିଷ୍ପତ୍ତି ଅନୁସାରେ ପ୍ରଚଣ୍ଡ ୨ ବର୍ଷ ୬ମାସ ପ୍ରଧାନମନ୍ତ୍ରୀ ରହିବେ । ପରେ ସିପିଏନ୍‌ୟୁଏମ୍‌ଏଲ୍‌ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଅଢ଼େଇ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ହେବେ । ସବୁଠାରୁ

ବଡକଥା ହେଉଛି ଉଭୟ ପ୍ରଚଣ୍ଡ ଓ ଓଲି ହେଉଛନ୍ତି ଚୀନ୍‌ର ସମର୍ଥକ । ଉଭୟେ ନେତା ମିଳିତ ଭାବେ ଆଜି ରାଷ୍ଟ୍ରପତିଙ୍କ ନିକଟରେ ପହଞ୍ଚି ସେମାନଙ୍କ ମେଣ୍ଟ ସରକାର ଗଠନ ଲାଗି ଦାବି ଉପସ୍ଥାପନ କରିଥିଲେ । ଏଥିସହିତ ୧୬୫ ସାଂସଦଙ୍କ ସମର୍ଥନ ଥିବା ପତ୍ର ମଧ୍ୟ ପ୍ରଦାନ କରିଥିଲେ ।

ନେପାଳ ସଂସଦର ନିମ୍ନ ସଦନ ପ୍ରତିନିଧି ସଭାର ସଦସ୍ୟଙ୍କ ସଂଖ୍ୟା ରହିଛି ୨୭୫ । ସର୍ବବୃହତ ଦଳ ନେପାଳୀ କଂଗ୍ରେସର ୮୯ ସଦସ୍ୟ ରହିଥିଲାବେଳେ ସିପିଏନ୍‌ଏମ୍‌ସିର ୭୮ ଓ ସିପିଏନ୍‌-ୟୁଏମ୍‌ଏଲର ୩୨ ସଦସ୍ୟ ଅଛନ୍ତି । ଅନ୍ୟ ଆସନ ଛୋଟ ଛୋଟ ଦଳ ହାତରେ ରହିଛି । ପ୍ରଚଣ୍ଡ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ପୂର୍ବରୁ ସେ ୨୦୦୮ରୁ ୨୦୦୯ ଏବଂ ୨୦୧୬ରୁ ୨୦୧୭ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିଥିଲେ ।

Show More

Related Articles

Back to top button