Breaking PLUSଓଡ଼ିଶାମୁଖ୍ୟ ଖବର

ସବୁଜ ବାଣକୁ ହାଇକୋର୍ଟଙ୍କ ଗ୍ରୀନ ସିଗିନାଲ

ଏଥର ଦୀପାବଳିରେ ଫୁଟିବ ସବୁଜ ବାଣ । ଏନେଇ ସର୍ତ୍ତମୂଳକ ଭାବେ ଅନୁମତି ଦେଇଛନ୍ତି ହାଇକୋର୍ଟ । କେବଳ ଗ୍ରୀନ କ୍ରାକର ଫୁଟାଇବାକୁ ଉଚ୍ଚନ୍ୟାୟାଳୟ ଅନୁମତି ଦେଇଛନ୍ତି । ପିଇଏସଓ ଅନୁମତି ପ୍ରାପ୍ତ ବାଣ ଫୁଟାଇବାକୁ ଅନୁମତି ମିଳିଛି । ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ୍ ସେଫଟି ଅର୍ଗାନାଇଜେସନ ଦ୍ୱାରା ଅନୁମତି ପ୍ରାପ୍ତ ବାଣକୁ ବ୍ୟବସାୟୀ ମାନେ ବିକ୍ରି କରିପାରିବେ । ହାଇକୋର୍ଟଙ୍କ ଗାଇଡଲାଇନ ଅନୁସାରେ ରାତି ୮ଟାରୁ ୧୦ଟା ବା ୨ଘଣ୍ଟା ପର୍ଯ୍ୟନ୍ତ ବାଣ ଫୁଟାଯାଇପାରିବ ।ଯେଉଁମାନେ ନିୟମ ଉଲଘଂନ କରିବେ ସେମାନଙ୍କୁ ଦଣ୍ଡ ଦିଆଯିବ ।

ତେବେ ଏହି ସବୁଜ ବାଣ କଣ ?

ସବୁଜ ବାଣଗୁଡିକ ପରିବେଶ ପ୍ରଦୂଷଣ ଅପେକ୍ଷାକୃତ କମ୍ କରିଥାଏ ଏବଂ ଏହା ଆମ ପରିବେଶ ପାଇଁ ଅନୁକୂଳ ହୋଇଥାଏ । ଏଥିରେ ପ୍ରଦୂଷଣ ସୃଷ୍ଟି କରୁଥିବା କଞ୍ଚାମାଲ୍ କମ୍ ବ୍ୟବହାର ହୋଇଥାଏ । ସବୁଜ ବାଣରେ ଥିବା କେମିକାଲ୍ କମ୍ପୋଜିସନ୍ ବାଣ ଜଳିବା ପରେ ବି କମ୍ ପାଉଁଶ ସୃଷ୍ଟି କରିଥାଏ । ସବୁଜ ବାଣରେ ଆର୍ସେନିକ୍, ଲିଥିୟମ୍, ବାରିୟମ୍ ଭଳି କ୍ଷତିକାରକ କେମିକାଲ୍ ନଥାଏ । ଯାହା ଫଳରେ ପରିବେଶ ପାଇଁ ଏହା ଅଧିକ କ୍ଷତିକାରକ ନୁହେଁ । ବାଣ ତୁଳନାରେ ସବୁଜ ବାଣରେ ୩୦ ପ୍ରତିଶତ କମ୍ ପ୍ରଦୂଷଣ ହୋଇଥାଏ ।

Show More

Related Articles

Back to top button