Breaking PLUSଓଡ଼ିଶାମୁଖ୍ୟ ଖବର

କାଳବୈଶାଖୀ ବର୍ଷାକୁ ନେଇ ୧୯ ଜିଲ୍ଲାକୁ ହାଇଆର୍ଲଟ

ବଦଳିବନି ପାଗ, ଆକାଶ ମେଘାଚ୍ଛନ୍ନ ରହିବା ସହ ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ୫୦ରୁ ୬୦ କିମି ବେଗରେ ପବନ ବହିବା ସହ ଘଡ଼ଘଡ଼ି ମାରିବ ଓ ବଜ୍ରପାତର ମଧ୍ୟ ଆଶଙ୍କା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି

ବଦଳିବନି ପାଗ, ଆକାଶ ମେଘାଚ୍ଛନ୍ନ ରହିବା ସହ ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ୫୦ରୁ ୬୦ କିମି ବେଗରେ ପବନ ବହିବା ସହ ଘଡ଼ଘଡ଼ି ମାରିବ ଓ ବଜ୍ରପାତର ମଧ୍ୟ ଆଶଙ୍କା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସାରା ରାଜ୍ୟରେ ଖସିଛି ପାରଦ । କେବଳ ବୌଦ୍ଧରେ ପାରଦ ୪୦ ଡିଗ୍ରୀ ରହିଛି, ଫଳରେ ଏହା ରାଜ୍ୟର ସବୁଠୁ ଉତପ୍ତ ସହର ପାଲଟିଛି । ମୁଖ୍ୟକଥା ହେଲା ଗତ ସୋମବାରଠାରୁ ରାଜ୍ୟର ସବୁ ସହରରେ ପାରଦ ହ୍ରାସ ପାଇଛି । ଆସନ୍ତା ୫ ଦିନ ଯାଏ ରାଜ୍ୟର ପାଣିପାଗ ଅପରିବର୍ତ୍ତିତ ରହିବ । ସମୂଦ୍ର ପଟୁ ପବନ ବହିବା ଆରମ୍ଭ ହୋଇଥିବାବେଳେ ଏବେ ଦେଶର ବିଭିନ୍ନ ସ୍ଥାନରେ ସାଇକ୍ଲୋନିକ୍ ସର୍କ୍ୟୁଲେସନ୍ ସୃଷ୍ଟି ହୋଇଥିବା ନଜରକୁ ଆସିଛି । ବର୍ତ୍ତମାନ ଉତ୍ତର ପ୍ରଦେଶରୁ ବିହାର ଦେଇ ଆସାମ ତଥା ହିମାଳୟର କିଛି ସ୍ଥାନର ଉପର ଭାଗରେ ଘୁର୍ଣ୍ଣିଝଡ଼ ଦାନା ବାନ୍ଧୁଛି । ଫଳରେ ଆସନ୍ତା କିଛି ଦିନ ତାତିରୁ ଆଶ୍ୱସ୍ଥି ମିଳିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ବୁଧବାର ରାଜ୍ୟର ୧୯ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

Show More

Related Articles

Back to top button