Breaking PLUSଓଡ଼ିଶାମୁଖ୍ୟ ଖବର

ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ନୃଶଂସ ସ୍ୱାମୀ

ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଲା ନୃଶଂସ ସ୍ୱାମୀ। ପରିବାର କଳହରୁ ସ୍ୱାମୀ ନିଜ ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଲା। ଫଳରେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ମେରାଇନ ଥାନା ସାନ ଆର୍ଯ୍ୟପଲ୍ଲୀ ଗ୍ରାମରେ ।

ମିଳିଥିବା ସୂଚନାନୁସାରେ, ଗ୍ରାମର ବି. ମୁକୋଡୁ ଓ ସ୍ତ୍ରୀ ବି. ଆରାମାଙ୍କ ମଧ୍ୟ୍ୟରେ ଝଗଡା ହେବାରୁ ସେ ତାଙ୍କ ବାପଘରେ ରହୁଥିଲେ। ବି. ଆରାମା ଆଜି ସକାଳୁ କାମ କରିବା ପାଇଁ ଯାଉଥିବା ବେଳେ ଗାନ୍ଧୀ ଛକ ନିକଟରେ ସ୍ୱାମୀ ବି. ମୁ୍କୋଡୁ ପେଟ୍ରୋଲ ଧରି ତାଙ୍କ ସ୍ତ୍ରୀ ସହ ଝଗଡା କରିଥିଲେ। ଝଗଡ଼ା ଅଧିକ ବଢ଼ିଯିବାରୁ ସ୍ବାମୀ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ ଉପରକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ତାଙ୍କୁ ପ୍ରଥମେ ଛତ୍ରପୁର ମେଡିକାଲ ପଠେଇଥିଲେ ପରେ ବ୍ରହ୍ମପୁର ମେଡିକାଲକୁ ପଠାଯାଇଛି । ଘଟଣାର ଖବର ପାଇଁ ପୁଲିସ ପହଂଚି ସ୍ୱାମୀ ବି. ମୁକୋଡୁ କୁ କାବୁ କରିବା ସହ ଥାନାରେ ଅଟକ ରଖି ତଦନ୍ତ ଚଲାଇଛି । ବି. ଆରାମାଙ୍କ ତିନୋଟି ଛୋଟ ଛୋଟ ପିଲା ଅଛନ୍ତି।

Show More

Related Articles

Back to top button