Breaking PLUSଓଡ଼ିଶାମୁଖ୍ୟ ଖବର
ଫେବୃୟାରୀରୁ କଲବଲ କଲାଣି ଖରା

ଭୁବନେଶ୍ୱର, 21 ଫେବୃଆରୀ- ମାଘ ମାସରୁ କଲବଲ କଲାଣି ଖରା । ସକାଳ ସାଢେ 9ଟାରେ ଭୁବନେଶ୍ୱରର ତାପମାତ୍ରା 32ଡିଗ୍ରୀ ରେକର୍ଡ କରାଯାଇଛି । ଏନେଇ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆହୁରି ବଢିବ ତାତି । ଆଜି ସାଢେ ୯ଟା ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୩୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଭୁବନେଶ୍ବର ସହ ରାଜ୍ୟର ଅନ୍ୟକିଛି ସ୍ଥାନରେ ୩ ଡିଗ୍ରୀ ଯାଏଁ ତାତି ବଢିବ ବୋଲି ସୂଚନା ମିଳିଛି । ଆସନ୍ତା କାଲି ଯାଏଁ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ଦିନ ସମୟରେ ଉଷ୍ମ ଏବଂ ଆଦ୍ର ପାଣିପାଗ ସ୍ତିତି ଲାଗିରହିବାର ସମ୍ଭାବନା ରହିଛି ।