Breaking PLUSଦେଶ ବିଦେଶମୁଖ୍ୟ ଖବର

ଆଜିଠାରୁ ଏକ ସପ୍ତାହ ପାଇଁ ହରିୟାଣା ସମ୍ପୂର୍ଣ୍ଣ ଲକ୍ଡାଉନ ଘୋଷଣା

କରୋନା ସଂକ୍ରମଣର ସଂକଟ ବଢ଼ି ଚାଲିଥିବା ବେଳେ ହରିୟାଣାକୁ ଆଜିଠାରୁ ଏକ ସପ୍ତାହ ପାଇଁ ସଂପୂର୍ଣ୍ଣ ଭାବେ ଲକ୍‌ଡାଉନ୍ କରାଯାଇଛି । ହରିୟାଣା ସରକାରରେ ମନ୍ତ୍ରୀ ଅନିଲ ଭିଜ ଘୋଷଣା କରିଛନ୍ତି ଯେ, ମେ' ୩ରୁ ଆଗାମୀ ୭ ଦିନ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଲକ୍‌ଡାଉନ୍ ରହିବ । ଏହା ପୂର୍ବରୁ ଶୁକ୍ରବାର ସରକାର ୯ଟି ଜିଲ୍ଲାରେ ସପ୍ତାହାନ୍ତ ଲକଡାଉନ୍ ଘୋଷଣା କରିଥିଲେ ।

କରୋନା ସଂକ୍ରମଣର ସଂକଟ ବଢ଼ି ଚାଲିଥିବା ବେଳେ ହରିୟାଣାକୁ ଆଜିଠାରୁ ଏକ ସପ୍ତାହ ପାଇଁ ସଂପୂର୍ଣ୍ଣ ଭାବେ ଲକ୍‌ଡାଉନ୍ କରାଯାଇଛି । ହରିୟାଣା ସରକାରରେ ମନ୍ତ୍ରୀ ଅନିଲ ଭିଜ ଘୋଷଣା କରିଛନ୍ତି ଯେ, ମେ’ ୩ରୁ ଆଗାମୀ ୭ ଦିନ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଲକ୍‌ଡାଉନ୍ ରହିବ । ଏହା ପୂର୍ବରୁ ଶୁକ୍ରବାର ସରକାର ୯ଟି ଜିଲ୍ଲାରେ ସପ୍ତାହାନ୍ତ ଲକଡାଉନ୍ ଘୋଷଣା କରିଥିଲେ ।

ହରିୟାଣା ସରକାର ଏହି ନିଷ୍ପତ୍ତି ନେଇଛନ୍ତି ଯେ, ଲକଡାଉନ ମାଧ୍ୟମରେ କରୋନା ନିୟନ୍ତ୍ରଣ କରାଯାଇପାରିବ । ଏବେ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣ ବାହାରେ ଅଛି । ଶନିବାର ହରିୟାଣାରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାର ୧୩ ହଜାର ୫୮୮ ଜଣ ସଂକ୍ରମିତ ହୋଇଥିଲେ । ୧୨୫ ଜଣଙ୍କର ମୃତ୍ୟୁ ହୋଇଥିଲା । ହରିୟାଣାରେ ଏପର୍ଯ୍ୟନ୍ତ ୫ ଲକ୍ଷ ୧ ହଜାର ୫୬୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ୪ ହଜାର ୩୪୧କୁ ବୃଦ୍ଧି ପାଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧ ଲକ୍ଷ ୨ ହଜାର ୫୧୬ ଜଣ ।

Show More

Related Articles

Back to top button