Breaking PLUSଦେଶ ବିଦେଶମୁଖ୍ୟ ଖବର

ବିଶ୍ୱବ୍ୟାପୀ ଜାରି ରହିଛି କରୋନା ଆତଙ୍କ, ୧୫ କୋଟି ୩୪ ଲକ୍ଷ ୬୭ ହଜାର ୮୨୦ରେ ପହଁଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା

କରୋନା ଭାଇରସ୍ ମହାମାରୀ ବିଶ୍ୱବ୍ୟାପୀ ଆତଙ୍କ ଖେଳାଇଛି । ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୫ କୋଟି ୩୪ ଲକ୍ଷ ୬୭ ହଜାର ୮୨୦ ଜଣ ଲୋକ କରୋନା ଭାଇସରରେ ସଂକ୍ରମିତ ହୋଇସାରିଥିବା ବେଳେ ୩୨ ଲକ୍ଷ ୧୫ ହଜାର ୬୨୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।

କରୋନା ଭାଇରସ୍ ମହାମାରୀ ବିଶ୍ୱବ୍ୟାପୀ ଆତଙ୍କ ଖେଳାଇଛି । ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୫ କୋଟି ୩୪ ଲକ୍ଷ ୬୭ ହଜାର ୮୨୦ ଜଣ ଲୋକ କରୋନା ଭାଇସରରେ ସଂକ୍ରମିତ ହୋଇସାରିଥିବା ବେଳେ ୩୨ ଲକ୍ଷ ୧୫ ହଜାର ୬୨୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୧୩ କୋଟି ୧୪ ଲକ୍ଷ ୭୨ ହଜାର ୪୬୦ ଜଣ ସୁସ୍ଥ ହୋଇଥିବା ବେଳେ୧ କୋଟି ୮୮ ଲକ୍ଷ ୭୯ ହଜାର ୬୮୭ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୧ ଲକ୍ଷ ୧୧ ହଜାର ୮୦୫ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଆମେରିକାରେ ଆଜି ସକାଳ ୬ଟା ସୁଦ୍ଧା ୩ କୋଟି ୩୧ ଲକ୍ଷ ୭୯ ହଜାର ୨୮୫କୁ ବୃଦ୍ଧି ପାଇଛି । ଦେଶରେ ୫ ଲକ୍ଷ ୯୧ ହଜାର ୫୬ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୨ କୋଟି ୫୮ ଲକ୍ଷ ୨୩ ହଜାର ୭୪୩ ଲୋକ ସୁସ୍ଥ ହୋଇଥିବା ବେଳେ ୬୭ ଲକ୍ଷ ୬୪ ହଜାର ୪୮୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୯ ହଜାର ୪୬୯ ଜଣ ଗୁରୁତର ଅଛନ୍ତି ।

Show More

Related Articles

Back to top button