
ଦୋହା/ତେଲଅଭିବ, 24 ନଭେମ୍ବର – ଆଜି ସନ୍ଧ୍ୟା 4ଟାରେ ପାଲେଷ୍ଟାଇନର ଆତଙ୍କୀ ସଙ୍ଗଠନ ହମାସ ପାଖରେ ବନ୍ଧକ ଥିବା ଇସ୍ରାଏଲ ନାଗରିକ ମୁକୁଳିବେ । ପ୍ରଥମ ପର୍ଯ୍ୟାୟରେ 13ଜଣ ନାଗରିକଙ୍କୁ ଛାଡିବ ହମାସ । ଅନ୍ୟପଟେ ଗାଜାରେ ଚାରି ଦିବସୀୟ ଯୁଦ୍ଧ ବିରତି ଆଜି ସକାଳ 7ଟାରେ ଆରମ୍ଭ ହେବ ।
କତାରର ମଧ୍ୟସ୍ଥତାର ହମାସ ଓ ଇସ୍ରାଏଲ ଚାରିଦିନ ଯୁଦ୍ଧ ବିରତି ଉପରେ ସହମତି ପ୍ରକାଶ କରିଛନ୍ତି । ଯେଉଁ ଲୋକମାନେ ମୁକୁଳିବେ ସେମାନଙ୍କର ତାଲିକା ମଧ୍ୟ ପ୍ରକାଶ ପାଇଛି ।
4ଦିନରେ ପ୍ରାୟ 50 ପ୍ରତିଶତ ଇସ୍ରାଏଲ ବନ୍ଧକଙ୍କୁ ହମାସ ମୁକ୍ତ କରିବ ବୋଲି ସୂଚନା ମିଳିଛି ।