Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

ହକି ଇଣ୍ଡିଆର ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ମଣିପୁରର ଜ୍ଞାନେନ୍ଦ୍ର ନିଙ୍ଗୋମ୍ବମ

ମଣିପୁରର ଜ୍ଞାନେନ୍ଦ୍ର ନିଙ୍ଗୋମ୍ବମ ହକି ଇଣ୍ଡିଆ (ଏଚ୍‌ଆଇ)ର ନୂଆ ଅଧ୍ୟକ୍ଷ ଭାବେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ମହମ୍ମଦ ମୁସ୍ତାକ ଅହମ୍ମଦଙ୍କୁ ଅଧ୍ୟକ୍ଷ ପଦରୁ ବହିଷ୍କାର କରାଯିବା ପରେ ଜ୍ଞାନେନ୍ଦ୍ର ଏହି ଗୁରୁଦାୟିତ୍ୱ ସମ୍ଭାଳିବେ। ନ୍ୟାଶନାଲ ସ୍ପୋଟର୍‌ସ କୋଡ୍ସ ଟେନ୍ୟୁଅର ଗାଇଡ୍‌ଲାଇନ୍‌ର ଉଲ୍ଲଂଘନ କରିଥିବାରୁ କ୍ରୀଡ଼ା ମନ୍ତ୍ରଣାଳୟ ତାଙ୍କୁ ପଦ ଛାଡିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲା।

ତେବେ ଅହମ୍ମଦ ହକି ଇଣ୍ଡିଆ କଂଗ୍ରେସ୍‌ ଓ ନିର୍ବାଚନରେ ସିନିୟର ଭାଇସ୍‌ ପ୍ରେସିଡେଣ୍ଟ ପଦକୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚତ ହେବା ପରେ ଫେଡେରେଶନରେ ନିଜର ସ୍ଥିତି ବଜାୟ ରଖିବାକୁ ସକ୍ଷମ ହୋଇଥିଲେ। ଭିଡିଓ କନଫେରେନ୍ସ ମାଧ୍ୟମରେ ମେମ୍ବର ୟୁନିଟ୍‌ ସଦସ୍ୟମାନେ ବୈଠକରେ ଯୋଗ ଦେଇଥିଲେ। ଏଥିସହ ଉତ୍ତରପୂର୍ବାଞ୍ଚଳର ପ୍ରଥମ ଅଧ୍ୟକ୍ଷ ଭାବେ ଜ୍ଞାନେନ୍ଦ୍ର ହକି ଇଣ୍ଡିଆର ଦାୟିତ୍ୱ ସମ୍ଭାଳିବେ। ଜୁଲାଇରେ ଅହମ୍ମଦ ବ୍ୟକ୍ତିଗତ ଓ ପାରିବାରିକ କାରଣରୁ ପଦରୁ ଇସ୍ତଫା ଦେବା ପରେ ଜ୍ଞାନେନ୍ଦ୍ର ‘ଅଫିସିଏଟିଂ ପ୍ରେସିଡେଣ୍ଟ’ ପଦରେ ରହିଥିଲେ। ତାଙ୍କୁ ଇସ୍ତଫା ଦେବାକୁ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେବା ପରେ ଅହମ୍ମଦ ଏହାକୁ ଅଭିସନ୍ଧିମୂଳକ ବୋଲି କହିଥିଲେ। ନ୍ୟାଶନାଲ ସ୍ପୋଟର୍‌ସ କୋଡ ଅନୁସାରେ କୌଣସି ପଦାଧିକାରୀ କ୍ରମାଗତ ୩ଟି ଅବଧିରେ କାର୍ଯ୍ୟକାରିବାର ନିୟମ ନାହିଁ। ତେଣୁ ଏଥପାଇଁ ଅହମ୍ମଦଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା। ଅହମ୍ମଦ ପୂର୍ବରୁ ୨୦୧୦- ୧୪ରେ ହକି ଇଣ୍ଡିଆର କୋଷାଧ୍ୟକ୍ଷ ଭାବେ କାର୍ଯ୍ୟ କରିସାରିବା ପରେ ୨୦୧୪ରେ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱରେ ଥିଲେ। ପୁଣି ସେ ୨୦୧୮ରେ ହକି ଇଣ୍ଡିଆର ଅଧ୍ୟକ୍ଷ ଆଉ ୪ ବର୍ଷ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ।
ଜ୍ଞାନେନ୍ଦ୍ର ୨୦୦୯- ୨୦୧୪ ମଧ୍ୟରେ ମଣିପୁର ହକି ପାଇଁ ୨ ବର୍ଷ ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ କାର୍ଯ୍ୟକରିଥିଲେ। ହକି ସହିତ ସେ ପାଖାପାଖି ଗୋଟିଏ ଦଶନ୍ଧିଧରି କାର୍ଯ୍ୟ କରିଥିଲେ। ଉତ୍ତରାପୂର୍ବାଞ୍ଚଳରେ ସେ ତୃଣମୂଳସ୍ତରରେ ହକିର ଉନ୍ନତି ପାଇଁ ଓତପ୍ରୋତ ଭାବେ ଜଡିତ ରହି ଆସିଛନ୍ତି।
ଅହମ୍ମଦଙ୍କ କାର୍ଯ୍ୟକାଳରେ ହକି ଇଣ୍ଡିଆ ୨୦୧୮ ବିଶ୍ୱକପ୍‌ ସହ ଏକାଧିକ ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ସଫଳତାର ସହ ଆୟୋଜନ କରିଥିଲା। ନୂଆ ଅଧ୍ୟକ୍ଷ ଜ୍ଞାନେନ୍ଦ୍ରଙ୍କୁ ହକି ଇଣ୍ଡିଆ ସାଧାରଣ ସମ୍ପାଦକ ରାଜିନ୍ଦର ସିଂ ଅଭିନନ୍ଦନ ଜଣାଇଛନ୍ତି।

Show More

Related Articles

Back to top button