Breaking PLUSଓଡ଼ିଶାମୁଖ୍ୟ ଖବର
ପୂର୍ବ ଶତ୍ରୁତାକୁ ନେଇ ଖୋର୍ଦ୍ଧାରେ ଗୋଷ୍ଠୀ ସଂଘର୍ଷ
ପୂର୍ବ ଶତ୍ରୁତାକୁ ନେଇ ଓଲସିଂହ ଗ୍ରାମପଞ୍ଚାୟତ ଡମଣଭୂମି ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ଼ ସହିତ ଗୁଳି ଚାଳନା। ମାଙ୍କଡ଼ା ପଥର ଖାଦାନ ଓ ଚାଲାଣ କରିବା ନେଇ ଉଭୟଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଛି ।

ପୂର୍ବ ଶତ୍ରୁତାକୁ ନେଇ ଓଲସିଂହ ଗ୍ରାମପଞ୍ଚାୟତ ଡମଣଭୂମି ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ଼ ସହିତ ଗୁଳି ଚାଳନା। ମାଙ୍କଡ଼ା ପଥର ଖାଦାନ ଓ ଚାଲାଣ କରିବା ନେଇ ଉଭୟଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଛି । ସୂଚନା ମୁତାବକ, ଗତକାଲି ଏକ ପଥର ବୋଝେଇ ଗାଡ଼ି ଅଟକେଇବା ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।
ପରବର୍ତ୍ତୀ ସମୟରେ ଉକ୍ତ ଗ୍ରାମର କାଳିଆ ଭୋଳ ସନ୍ଧ୍ୟା ସମୟରେ ସେହି ଗ୍ରାମର ରଞ୍ଜନ ଭୋଳଙ୍କ ଘରେ ପଶି ମାରଣାସ୍ତ୍ରରେ ପରିବାରର କିଛି ସଦସ୍ଯଙ୍କୁ କ୍ଷତାକ୍ତ କରିଥିବା ସୂଚନା ମିଳିଥିବା ବେଳେ, ଏପଟେ ରଞ୍ଜନଙ୍କ ଗୋଷ୍ଠୀ ଘଟଣାରେ ଉତକ୍ଷିପ୍ତ ହୋଇ କାଳିଆଙ୍କ ଗୋଷ୍ଠୀ ଉପରେ ବୋମାମାଡ କରିଥିଲେ। ଏଥିରେ ୧୧ଆହତ ହୋଇଥିବା ଜଣାପଡିଛି। ଆହତଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ସୂଚନା ପାଇ ଘଟଣା ସ୍ଥଳରେ ଜଙ୍କିଆ ପୋଲିସ ପହଞ୍ଚି ପରିସ୍ଥିତି ଉପରେ ଦୃଷ୍ଟି ରଖିଥିବା ବେଳେ ଗାଁରେ ପୋଲିସ ମୁତୟନ କରାଯାଇଛି ।