Breaking PLUSଦେଶ ବିଦେଶମୁଖ୍ୟ ଖବର

ଜମ୍ମୁ କାଶ୍ମୀର ସୋପିଆନରେ ଏନକାଉଣ୍ଟର, ୨ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀରର ସୋପିଆନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ସୂଚନା ମିଳିଛି । ଆହୁରି ମଧ୍ୟ କିଛି ଆତଙ୍କବାଦୀ ସେଠାରେ ଲୁଚି ରହିଥିବା ସନ୍ଦେହ କରାଯାଉଛି ।

ଜମ୍ମୁ-କାଶ୍ମୀରର ସୋପିଆନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ସୂଚନା ମିଳିଛି । ଆହୁରି ମଧ୍ୟ କିଛି ଆତଙ୍କବାଦୀ ସେଠାରେ ଲୁଚି ରହିଥିବା ସନ୍ଦେହ କରାଯାଉଛି ।ଏହି ଏନକାଉଣ୍ଟର ସୋପିଆନର ମନିହାଲ ଗ୍ରାମରେ ହୋଇଛି । ଏବେସୁଦ୍ଧା ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ସ୍ଥାନୀୟ ଲୋକଙ୍କୁ ଘର, କବାଟ ଓ ଝରକା ବନ୍ଦ ରଖିବାକୁ ଅପିଲ କରାଯାଇଛି ।

ସୂଚନାନୁସାରେ, ଭାରତୀୟ ସୁରକ୍ଷା କର୍ମୀଙ୍କୁ ସୋପିଆନରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା । ଏହାପରେ ସୁରକ୍ଷାକର୍ମୀମାନେ କମ୍ବିଂ ଅପରେସନରେ ବାହାରିଥିଲେ । ମନିହାଲ ଗ୍ରାମରେ ଅପରେସନ ଚାଲିଥିବା ବେଳେ ଆତଙ୍କବାଦୀମାନେ ପ୍ରଥମେ ଗୁଳିଚାଳନା କରିଥିଲେ । ଭାରତୀୟ ଯବାନ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ କହିଥିଲେ ମଧ୍ୟ ସେମାନେ ଗୁଳିଚାଳନା ବନ୍ଦ କରିନଥିଲେ ।

ଏହାପରେ ଯବାନମାନେ ମଧ୍ୟ ପୋଜିସନ୍ ନେଇ ଜବାବ ଦେଇଥିଲେ । ଏଥିରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଉଛି । ଏବେବି ଆଉ ୨ଜଣ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି ।

ସୂଚନାଯୋଗ୍ୟ, ଜମ୍ମୁ-କାଶ୍ମୀରର ଶ୍ରୀନଗର ଓ ବାରାମୂଳାରେ ପୁଣି ଥରେ ଆତଙ୍କବାଦୀ ଆକ୍ରମଣ ହେବାର ସମ୍ଭାବନା ରହିଛି । ସେନା ଓ ପୋଲିସ ପାଖରେ ବାରାମୂଳା ପାଲହାଲ, ପଟ୍ଟନ ଓ ଗୁଣ୍ଡା ଖ୍ୱାଜା କାସିମ ଅଞ୍ଚଳରେ ଅନେକ ଆତଙ୍କବାଦୀ ଲୁଚିଥିବା ସୂଚନା ରହିଛି ।କିଛି ଆତଙ୍କବାଦୀଙ୍କ ପୋଷ୍ଟର ମଧ୍ୟ ସେନା ଲଗାଇଛି ।

Show More

Related Articles

Back to top button