ଦେଶ ବିଦେଶବାଣିଜ୍ୟ

ଇପିଏଫ ଉପରେ ସୁଧ ହାର କମାଇଲେ ସରକାର

୪୦ ବର୍ଷରେ ସର୍ବନିମ୍ନ !

ହୋଲି ପୂର୍ବରୁ ୬ କୋଟି ବେତନଭୋଗୀ କର୍ମଚାରୀଙ୍କୁ ଲାଗିଛି ବଡ଼ ଝଟକା । ଶନିବାର ଇପିଏଫ ଚଳିତ ବର୍ଷ ୨୦୨୧-୨୨ ପାଇଁ ପିଏଫ ହାର ୮.୫ରୁ ହ୍ରାସ କରି ୮.୧ କରାଯାଇଛି । ଏହା ୪୦ ବର୍ଷର ସର୍ବନିମ୍ନ ସୁଧ ହାର । ଏହା ପୂର୍ବରୁ ୧୯୭୭ ମସିହାରେ ପିଏଫ ସୁଧ ହାର ୮ ପ୍ରତିଶତ ଥିଲା।

୧୯୭୭-୭୮ ପରେ ସବାଠୁ କମ ସୁଧ ହାର

ଆର୍ଥିକ ବର୍ଷ ୧୯୭୭-୭୮ରେ ଇପିଏଫଓ ୮ ପ୍ରତିଶତ ସୁଧ ହାର ନିର୍ଦ୍ଧାରିତ କରିଥିଲା । ଏହାର ୪୦ ବର୍ଷ ପରେ ପିଏଫରେ ଏତେ କମ ସୁଧ ମିଳିବ। ବର୍ତ୍ତମାନ ସୁଦ୍ଧା ୮.୨୫ କିମ୍ୱା ଏହାଠାରୁ ଅଧିକ ସୁଧ ହାର ମିଳୁଥିଲା। ୨୦୨୦ ମାର୍ଚ୍ଚରେ ଇପିଏଫଓ ୨୦୧୯-୨୦ ପାଇଁ ଭବିଷ୍ୟତ ସଞ୍ଚୟ ଉପରେ ସୁଧ ହାର ୭ ବର୍ଷରେ ସର୍ବନିମ୍ନ ୮.୫ ପ୍ରତିଶତ କରିବାକୁ ନିଷ୍ପତ୍ତି ନେଇଥିଲା।

୨୦୧୮-୧୯ରେ ଏହି ହାର ୮.୬୫ ଏବଂ ୨୦୧୭-୧୮ରେ ଏହା ୮.୫୫ ପ୍ରତିଶତ ଥିଲା। ସୂତ୍ର ଅନୁସାରେ ଇପିଏଫଓର ସର୍ବୋଚ୍ଚ ନୀତି ରିଦ୍ଧାରତ ସଂସ୍ଥା ସିବିଟି ଶନିବାର ବୈଠକ କରିଥିଲା। ଏଥିରେ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ଇପିଏଫ ସୁଧ ହାର ୮.୧ ପ୍ରତିଶତ କରିବାକୁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରୀୟ ବୋର୍ଡ ନିଜର ଆୟକୁ ନଜରରେ ରଖି ୮.୧ ପ୍ରତିଶତ ସୁଧ ହାର ଘୋଷଣା କରିଛି । ସୂତ୍ର ଅନୁସାରେସ ଇପିଏଫଓ ନିକଟରେ ଜମା ରାଶି ଏବଂ ଏହାର ଆୟ ଉପରେ ସୁଧ ହାର ନିର୍ଦ୍ଧାରିତ କରିଥାଏ।

Show More

Related Articles

Back to top button