Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ବିପଦରେ ଗୁଗୁଲ କ୍ରୋମ ୟୁଜର୍ସ

କୋଟି କୋଟି ଲୋକଙ୍କ ପ୍ରଥମ ପସନ୍ଦ ଗୁଗୁଲ କ୍ରୋମ୍ ।

ନୂଆଦିଲ୍ଲୀ: ଗୁଗୁଲ କ୍ରୋମକୁ କୋଟି କୋଟି ଲୋକ ୟୁଜ୍ କରୁଛନ୍ତି । କୋଟି କୋଟି ଲୋକଙ୍କ ପ୍ରଥମ ପସନ୍ଦ ଗୁଗୁଲ କ୍ରୋମ୍ । ଏହି ବ୍ରାଉଜର ସାହାଯ୍ୟରେ ଲୋକମାନେ ସବୁ କିଛି ସର୍ଚ୍ଚ କରିଥାନ୍ତି । ଏବେ ଏହି ବ୍ରାଉଜର ଉପରେ ହ୍ୟାକର୍ସଙ୍କ ନଜର । ଚୋରୀ ହୋଇପାରେ ୟୁଜର୍ସଙ୍କ ତଥ୍ୟ। ବିପଦରେ ଗୁଗୁଲ କ୍ରୋମ ୟୁଜର୍ସ। ମାତିଛନ୍ତି  ଗୁଗୁଲ କ୍ରୋମକୁ ଟାର୍ଗେଟ କରୁଥିବା ହ୍ୟାକର୍ସ। କ୍ରୋମ ବ୍ରାଉଜରରେ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି। ବର୍ତ୍ତମାନ ୩୨୦ କୋଟି ଗୁଗୁଲ କ୍ରୋମ ୟୁଜର୍ସଙ୍କ ତଥ୍ୟର ସୁରକ୍ଷା ବିପଦରେ । ରିପୋର୍ଟ ଅନୁଯାୟୀ, ଗୁଗୁଲ୍ କ୍ରୋମରେ ଏକ ନୂତନ ଜିରୋ-ଡେ ଥ୍ରେଟ ଦେଖିବାକୁ ମିଳିଥିଲା। ଏହାର ଫାଇଦା ଉଠାଇ ହ୍ୟାକରମାନେ ବ୍ୟକ୍ତିଗତ ତଥ୍ୟ ସବୁ ଚୋରି କରିପାରିବେ। ତେଣୁ ଗୁଗୁଲ ନିଜର ୟୁଜର୍ସ ମାନଙ୍କ ପାଇଁ ଜରୁରୀକାଳିନ ଚେତାବନୀ ଜାରି କରିଛି। ଗୁଗୁଲ ୟୁଜର୍ସ ମାନଙ୍କୁ ବ୍ରାଉଜରକୁ ଅପଡ଼େଟ କରିବାକୁ କହିଛି। ନୂଆ ଅପଡେଟରେ ଏହି ବଗ୍ କୁ କଣ୍ଟ୍ରୋଲ କରିଛି ଗୁଗୁଲ। ଏହି ବଗକୁ ସିଭିଇ ୨୦୦୨-୧୩୬୪ ଭାବରେ ଚିହ୍ନଟ କରାଯାଇଛି।  ଏହି ତୃଟିକୁ ସୁଧାରିବା ପରେ ଗୁଗୁଲ କ୍ରୋମର 100.0.4896.127 ଭର୍ସନ ଜାରି କରାଯାଇଛି।  ଯାହା ତିନୋଟି ପ୍ଲାଟଫର୍ମ ୱିଣ୍ଡୋଜ, ମ୍ୟାକ୍ସ ଓ ଲିନକ୍ସ ପାଇଁ ଜରୁରୀ। । ଯଦି ଆପଣ ମାଇକ୍ରୋସଫ୍ଟ , ବ୍ରେଭ୍, ଭିଭାଲ୍ଡି, ବ୍ରେକ ଜିଭାକୁ କିମ୍ବା ଅପେରା ଆଦି ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ସଙ୍ଗେସଙ୍ଗେ ଗୁଗୁଲ କ୍ରୋମକୁ ଅପଡେଟ କରିଦେବା ଦରକାର। ଗୁଗୁଲର ଏହି ନୂତନ ଅପଡେଟ ଅଟୋମେଟିକାଲି ଅପଡେଟ ହୋଇଯିବ। ଯଦି ନହୁଏ ଏହାକୁ ମାନୁଆଲ ଭାବରେ ଅପଡେଟ କରିବାକୁ ପଡିବ।  ଆପଣ କ୍ରୋମ ବ୍ରାଉଜରରେ ଏବାଉଟକୁ ଯାଇ ଏହାକୁ ଅପଡେଟ କରିବା ସହ ଅପଡେଟ ହୋଇଛି କି ନାହିଁ ଯାଞ୍ଚ କରିପାରିବେ। ଯଦି ଅପଡେଟ ଉପଲବ୍ଧ ଅଛି ତେବେ ତୁରନ୍ତ ଅପଡେଟ କରନ୍ତୁ। ଯଦି ଅପଡେଟ ଦେଖାଉନାହିଁ  କିଛିଦିନ ପାଇଁ ସୋସିଲ ମିଡିଆ ଆକାଉଣ୍ଟ ଓ ବ୍ୟାଙ୍କିଙ୍ଗ କାରବାର ପାଇଁ ବ୍ରାଉଜରରେ ଲଗଇନ କରନ୍ତୁ ନାହିଁ ।

Show More

Related Articles

Back to top button