
ଯଦି ଆପଣ ଟାଟା ପ୍ଲେ କନେକ୍ସନ ନେବା ପାଇଁ ଚାହୁଁଛନ୍ତି ତେବେ ଏହା ଉପଯୁକ୍ତ ସମୟ। ୨୦୨୨ ଏପ୍ରିଲ ୧ରୁ ଟାଟା ପ୍ଲେ ନିଜର ସେଟ୍ ଟପ୍ ବକ୍ସ(ଏସଟିବି)ର ମୂଲ୍ୟ କମ୍ କରିଛି। କମ୍ପାନୀ ନୂତନ ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଅନେକ ପ୍ରକାରର ପରିବର୍ତ୍ତନ କରି ଚାଲିଛି। ଟାଟା ପ୍ଲେ ନିଜର ଏଚଡି ଏବଂ ଏସଡି ଏସଟିବି ମୂଲ୍ୟରେ ୨୦୦ ଟଙ୍କାରୁ ଅଧିକ ହ୍ରାସ କରିଛି। କମ୍ପାନୀର ଓ୍ଵେବସାଇଟ୍ରେ ଏହାର ସୂଚନା ଦିଆଯାଇଛି।
ଏଚଡି ସେଟ୍-ଟପ୍ ବକ୍ସର ମୂଲ୍ୟ ବର୍ତ୍ତମାନ ୧୮୯୯ ଟଙ୍କା ପରିବର୍ତ୍ତେ ୧୬୯୯ ଟଙ୍କା ଏବଂ ଏଚଡି ସେଟ୍ ଟପ୍ ବକ୍ସର ଦାମ ୧୬୯୯ ଟଙ୍କା ବଦଳରେ ୧୪୯୯ ଟଙ୍କା ହୋଇଛି। Binge+ Boxର ଦାମ ୨୪୯୯ ଟଙ୍କା ରହିଛି। ଯଦି ଆପଣ ଆଜି ନୂତନ ଟାଟା ପ୍ଲେ ଏସଟିବି କିଣିବାକୁ ଚାହାନ୍ତି, ତେବେ ଆପଣ ଅନେକ ପ୍ରକ୍ରିୟା ଆପଣେଇ ପାରନ୍ତି। ସର୍ବ ପ୍ରଥମେ ଆପଣ କମ୍ପାନୀର ଓ୍ଵେବସାଇଟ୍କୁ ଯାଇ ପାରିବେ ଏବଂ ଅନଲାଇନ୍ ଅର୍ଡର ଦେଇ ପାରିବେ। ଯଦି ଆପଣ ଏସଟିବି କିଣିବାରେ ରୁଚି ପ୍ରକାଶ କରନ୍ତି ତେବେ କମ୍ପାନୀର କଷ୍ଟମର କେୟାର ଟିମ୍ ଆପଣଙ୍କ ସହ ଯୋଗାଯୋଗ କରିବେ।