ଦେଶସ୍ୱତନ୍ତ୍ର

ଆଖୁ ଚାଷୀଙ୍କ ପାଇଁ ଖୁସି ଖବର,ଚଳିତ ବର୍ଷ ଦେଶରୁ ରପ୍ତାନୀ ହେବ ୬୦ଲକ୍ଷ ଟନ ଚିନି

ଆଖୁ ଚାଷୀଙ୍କ ପାଇଁ ବଡ ଖବର। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଚିନି ରପ୍ତାନୀ କୋଟା ସ୍ଥିର କରିଛନ୍ତି ସରକାର । ଏଣିକି ଦେଶରୁ ରପ୍ତାନୀ ହେବ ୬୦ଲକ୍ଷ ଟନ ଚିନି ।  କିନ୍ତୁ ଗତ ବର୍ଷ ହୋଇଥିବା ରପ୍ତାନୀ ତୁଳନାରେ ଏହି ନିର୍ଦ୍ଧାରଣ ବହୁତ କମ। ତେବେ ଘରୋଇ ବଜାରରେ ଚିନିର ମୂଲ୍ୟ ବୃଦ୍ଧି ଉପରେ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ଏଭଳି ନିଷ୍ପତ୍ତି ନିଆଯାଇଛି ।

ଭାରତ ଦୁନିଆର ସବୁଠୁ ବଡ ଚିନି ଉପ୍ତାନୀକାରୀ ଦେଶ। ରପ୍ତାନୀ ମାମଲାରେ ବ୍ରାଜିଲ ପରେ ଭାରତ ଦ୍ଵିତୀୟରେ ରହିଛି। ତେବେ ଚଳିତ ବର୍ଷ ବ୍ରାଜିଲରେ ଆଖୁ ଉତ୍ପାଦନ ହ୍ରାସ ଘଟିଛି। ଫଳରେ ବିଶ୍ଵ ବଜାରରେ ଭାରତୀୟ ଚିନିର ଚାହିଦା ଆହୁରି ବଢି ଯାଇଛି।

ସରକାର ପୂର୍ବରୁ ସଙ୍କେତ ଦେଇଥିଲେ ଯେ, ଘରୋଇ ବଜାରରେ ଚାହିଦା ବଢିଲେ ଚିନିର ଦର ବୃଦ୍ଧି ଉପରେ ନିୟନ୍ତ୍ରଣ ରଖିବା ପାଇଁ ରପାନ୍ତୀ କୋଟାରେ ହ୍ରାସ କରିବେ। ତଥାପି ଉଦ୍ୟୋଗ ଜଗତ ଆଶା ରଖିଥିଲେ ଯେ, ସରକାର ଅତି କମରେ ୮୦ରୁ ୯୦ ଲକ୍ଷ ଟନ ଚିନି ରପ୍ତାନୀର କୋଟା ସ୍ଥିର କରିବେ। ମାତ୍ର ଘରୋଇ ବଜାରରେ ଚାହିଦାକୁ ଦୃଷ୍ଟିରେ ରଖି ସରକାର ୬୦ ଲକ୍ଷ ଟନ ଚିନି ରପ୍ତାନୀ କରିବାକୁ ସ୍ଥିର କରିଛନ୍ତି।

 

Show More

Related Articles

Back to top button