ଓଡ଼ିଶାସ୍ୱତନ୍ତ୍ର

ମିଶନ ଶକ୍ତି ଗୋଷ୍ଠୀଙ୍କ ପାଇଁ ଖୁସି ଖବର,୪ଲକ୍ଷରୁ ୫ଲକ୍ଷକୁ ଋଣ ବୃଦ୍ଧି କଲେ ସରକାର

ମିଶନ ଶକ୍ତି ଗୋଷ୍ଠୀଙ୍କ ପାଇଁ ଖୁସି ଖବର ଆଣିଲେ ରାଜ୍ୟ ସରକାର । ବିନା ସୁଧରେ ବୃଦ୍ଧି ପାଇଲା ଋଣ ପରିମାଣ । ରାଜ୍ୟ ସରକାରଙ୍କ ପକ୍ଷରୁ ୪ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି ପାଇଲା ମିଶନ ଶକ୍ତି ଋଣ । ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ।

ତେବେ ମିଶନ ଶକ୍ତି ହେଉଛି ଓଡ଼ିଶା ସରକାରଙ୍କଦ୍ୱାରା୨୦୦୧ ମସିହା ମାର୍ଚ୍ଚ ୮ ତାରିଖରେ ଆନ୍ତଜାତିକ ମହିଳା ଦିବସରୁ ପ୍ରଚଳନ କରାଯାଇଥିବା ଏକ ଯୋଜନା । ମହିଳା ସ୍ୱୟଂ ସହୟିକା ଗୋଷ୍ଠୀ ଗୁଡିକୁ ସଂଗଠିତ ଓ ମଜବୁତ କରିବା ମୂଳ ଉଦ୍ଦେଶ୍ୟ ନେଇ ଏହି ଯୋଜନା ଆରମ୍ଭ କରାଯାଇଥିଲା ।

ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଓ ମିଶନ ଶକ୍ତି ଯୋଜନା ଏକତ୍ର କାର୍ଯ୍ୟ କରନ୍ତି । ମହିଳା ଓ ଶିଶୁମାନଙ୍କ ପାଇଁ ବିଭିନ୍ନ ଯୋଜନା, ଶିଶୁ ଏବଂ ମହିଳା ପୁଷ୍ଟି, ମମତା ଯୋଜନା, ମିଶନ ଶକ୍ତି ଆଦି ବିଷୟରେ ସଚେତନତା ସୃଷ୍ଟି ପାଇଁ ୨୦୧୯ ମସିହାରେ ଏହି ମନ୍ତ୍ରଣାଳୟ “ଟିକି ମାଉସୀ” ନାମରେ ନିଜର ଏକ ମାସ୍କଟ ପ୍ରଚଳନ କରିଥିଲେ ।

 

Show More

Related Articles

Back to top button