ଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

କର୍ମଚାରୀଙ୍କ ପାଇଁ ଖୁସି ଖବର: ଏଣିକି ସପ୍ତାହକୁ ୪ ଦିନ ହେବ କାମ, ୧୦୦ କମ୍ପାନୀ ନେଲେ ନିଷ୍ପତ୍ତି

ଲଣ୍ଡନ: କର୍ମଚାରୀଙ୍କ ପାଇଁ ଖୁସି ଖବର। ଏଣିକି ସ୍ଥାୟୀ ଭାବେ ସପ୍ତାହକୁ କେବଳ ୪ ଦିନ କାମ କରିବାକୁ ପଡ଼ିବ। ବାକି ଦିନଗୁଡ଼ିକ ଛୁଟି ରହିବ ଓ ଏଥିପାଇଁ ଦରମା ମଧ୍ୟ କଟା ଯିବନାହିଁ। ବ୍ରିଟେନର ପ୍ରାୟ ୧୦୦ଟି କମ୍ପାନୀ ମିଳିତ ଭାବେ ସାପ୍ତାହିକ ୪ ଦିନ କାମ ନିୟମକୁ ସ୍ଥାୟୀ ଭାବେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ୧୦୦ କମ୍ପାନୀରେ ପ୍ରାୟ ୨୬ ଶହ କର୍ମଚାରୀ କାମ କରନ୍ତି। ଏବେ ସମସ୍ତେ ସପ୍ତାହକୁ ୪ ଦିନ କାମ କରି ଦେଶରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବେ ବୋଲି କମ୍ପାନୀଗୁଡ଼ିକ ଆଶା ରଖିଛନ୍ତି।

ପୂର୍ବରୁ ସପ୍ତାହକ ୫ ଦିନ କାମ କରିବା ନିୟମ ଲାଗୁ କରିବା ସପକ୍ଷରେ କିଛି କମ୍ପାନୀ ରହିଥିଲେ। ତେବେ ସପ୍ତାହକ ୪ ଦିନ କାମ କରିବା ନିୟମ କର୍ମଚାରୀଙ୍କୁ ଅଧିକ ଉତ୍ସାହିତ କରିବ ବୋଲି ସେମାନେ ଆଶା କରିଥିଲେ। ଏହି ୪ ଦିନ ମଧ୍ୟରେ ବି କର୍ମଚାରୀମାନେ ସବୁ କାମ କରିବାକୁ ସକ୍ଷମ ହେବେ ବୋଲି ଅନୁଭବ କରି କମ୍ପାନୀ ଗୁଡ଼ିକ ଏପରି ନିଷ୍ପତ୍ତି ନେଇଛନ୍ତି।

୧୦୦ କମ୍ପାନୀ ମଧ୍ୟରେ ଥିବା ଦୁଇ ବଡ଼ ଫାର୍ମ ହେଉଛନ୍ତି ଆଟୋମ ବ୍ୟାଙ୍କ ଓ ଗ୍ଲୋବାଲ ମାର୍କେଟିଂ କମ୍ପାନୀ ଅୱିନ। ବ୍ରିଟେନରେ ଏହି କମ୍ପାନୀ ଦ୍ୱୟର ୪୫୦ରୁ ଅଧିକ ଜଣ କର୍ମଚାରୀ ରହିଛନ୍ତି। ବହୁ ଦିନ ପୂର୍ବରୁ କମ୍ପାନୀ ୪ ଦିନିଆ ବ୍ୟବସ୍ଥା ଲାଗୁ କରିଥିଲା। କର୍ମଚାରୀମାନେ ମଧ୍ୟ ଏହି ନିୟମ ଦ୍ୱାରା ବାନ୍ଧି ହୋଇ ସବୁ କାମ କରୁଛନ୍ତି। ସେମାନଙ୍କୁ ଅଧିକ ଘଣ୍ଟା ମଧ୍ୟ କାମ କରିବାକୁ ପଡ଼ୁନି। ସେମାନେ ୪ ଦିନ ମଧ୍ୟରେ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରିପାରୁଛନ୍ତି।

 

Show More

Related Articles

Back to top button