ଖୁବଶୀଘ୍ର ପରଦାକୁ ଆସିବ ଗୋଲମାଲ-୫

ମୁମ୍ବାଇ : ହିନ୍ଦୀ ସିନେମାର ବିଶିଷ୍ଟ ଲୋକପ୍ରିୟ ନିର୍ଦ୍ଦେଶକ ହେଉଛନ୍ତି ରୋହିତ ଶେଟ୍ଟୀ । ସେ ଖୁବ୍ ଶୀଘ୍ର “ଇଣ୍ଡିଆନ୍ ପୋଲିସ୍ ଫୋର୍ସ’ ସହିତ ଓଟିଟିଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ସମୟରେ ସେ ତାଙ୍କର “ଗୋଲମାଲ ଫ୍ରାଞ୍ଚାଇଜ’ର ପରବର୍ତ୍ତୀ ଚଳଚ୍ଚିତ୍ର ବିଷୟରେ ମଧ୍ୟ ସୂଚନା ଦେଇଥିଲେ । ସେ ଅଜୟ ଦେବଗାନଙ୍କ ସହ “ଗୋଲମାଲ- ୫’ କରିବାକୁ ଯାଉଛନ୍ତି ବୋଲି ନିଶ୍ଚିତ କରିଛନ୍ତି । ଏଭଳି ପରିସ୍ଥିତିରେ ଅଜୟ ଦେବଗନ୍ ଏବଂ ରୋହିତ ଶେଟ୍ଟୀ ପୁଣି ଥରେ ବଡ ପରଦାରେ ଧମାଲ୍ କରୁଥିବାର ନଜର ଆସିବେ । ନିକଟରେ ରୋହିତ ଶେଟ୍ଟୀ ଅଜୟ ଦେବଗନଙ୍କ ସହ “ସିଙ୍ଘମ୍-୩’ “କରିବାକୁ ଘୋଷଣା କରିଥିଲେ । ଏନେଇ ଏକ ସାକ୍ଷାତକାରରେ ରୋହିତ କହିଛନ୍ତି ଯେ “ଗୋଲମାଲ’ ପ୍ରସ୍ତୁତ ହେବ । ସେ ସେୟାର କରି କହିଛନ୍ତି ଯେ “ଗୋଲମାଲ୍’ ସିଙ୍ଘମ ପରେ କିମ୍ବା ହୁଏତ ଆଉ ବର୍ଷ ପରେ ଆରମ୍ଭ ହୋଇପାରେ । ରୋହିତଙ୍କ କହିବାନୁସାରେ, ସେ “ଗୋଲମାଲ’ ପ୍ରସ୍ତୁତ କରିବାକୁ ତାଙ୍କୁ ବହୁତ ମଜା ଲାଗେ । ସେ ଯେତେଦିନ ପର୍ଯ୍ୟନ୍ତ ଅଛନ୍ତି ସେ ଯାଏଁ ଚଳଚ୍ଚିତ୍ର ର୍ନିମାଣ ଜାରି ରଖିବେ । ରୋହିତଙ୍କ କହିବା ଅନୁଯାୟୀ କରୋନା କାରଣରୁ “ଗୋଲମାଲ’ ର୍ନିମାଣରେ ବିଳମ୍ବ ହୋଇଛି । ବର୍ତ୍ତମାନ ସବୁ ଠିକ୍ ଅଛି । ଆମେ ଖୁବ୍ ଶୀଘ୍ର “ଗୋଲମାଲ୍’ର କାମ ଆରମ୍ଭ କରିବାକୁ ଆଶା କରୁଛୁ ।