Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ଆସୁଛି ଆଉ ଏକ ଲଘୁଚାପ

ସେପ୍ଟେମ୍ବର ପହିଲାରୁ ପ୍ରବଳ ବର୍ଷିବ

୨୯ରେ ରାଜ୍ୟରେ ପୁଣି ଏକ ଲଘୁଚାପ ହେବ । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ ହୋଇପାରେ । ଏହା ପ୍ରଭାବରେ ଉପକୂଳ ଓଡିଶାରେ ସେପ୍ଟେମ୍ବର ୧ରୁ ୩ ଯାଏ ବର୍ଷା ସମ୍ଭାବନା ଅଛି । ତେବେ ଆସନ୍ତା ସପ୍ତାହ ଯାଏ ରାଜ୍ୟରେ ଅଧିକ ବର୍ଷାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ଏହି ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ଭାରି ବର୍ଷା ହୋଇପାରେ । ତେବେ ଆସନ୍ତା ସପ୍ତାହ ଯାଏ ରାଜ୍ୟରେ ବିସ୍ତୃତ ବର୍ଷା ସମ୍ଭାବନା କମ୍‌ । ଗରମ ଯୋଗୁ କିଛି ଜାଗାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୨୩ ଓ ୨୪ରେ ଉପକୂଳରେ ସ୍ୱଳ୍ପ ବର୍ଷା ହୋଇପାରେ । ୨୪ରୁ ୨୬ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱଳ୍ପ ବର୍ଷା ହେବ । ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି । ୨୩ରୁ ୨୫କୁ ଛାଡି ଅନ୍ୟ ଦିନ ଉପକୂଳରେ ଟାଣ ଖରା ହେବ ।

ଆଭ୍ୟନ୍ତରୀଣ ଅଞ୍ଚଳରେ ସେପ୍ଟେମ୍ବର ପ୍ରଥମ ସପ୍ତାହ ଯାଏ ପାଗ ଶୁଖିଲା ରହିପାରେ ବୋଲି ସେ କହିଛନ୍ତି । ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କହୁଛି, ଆସନ୍ତା ୨୩ରେ ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ । ସେହିଭଳି ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୨୪ରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ ବୋଲି କୁହାଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ସୁନ୍ଦରଗଡର ବଣାଇରେ ୧୪୦, ରାୟଗଡାର ଆମ୍ବଦୋଳାରେ ୧୦୨, ଦେବଗଡରେ ୯୬, ସୁନ୍ଦରଗଡ ବାରଗାଁରେ ୯୦, କନ୍ଧମାଳ କେ ନୂଆଗାଁରେ ୮୧ ମିମି ବର୍ଷା ହୋଇଛି । ସକାଳୁ ସନ୍ଧ୍ୟା ଭିତରେ ବାଲେଶ୍ୱରରେ ୨୯, ହୀରାକୁଦରେ ୨୨, ସମ୍ବଲପୁରରେ ୧୨ ଓ ସୋନପୁରରେ ୧୦.୮ମିମି ବର୍ଷା ହୋଇଛି ।

Show More

Related Articles

Back to top button