ରେକର୍ଡ ସ୍ତରରୁ ୧୧ ହଜାର ଟଙ୍କା ଖସିଲା ସୁନା
ଭାରତୀୟ ବଜାରରେ ସୁନା-ରୁପା ଦାମ ଲଗାତାର ହ୍ରାସ ପାଇବାରେ ଲାଗିଛି। ଦିଲ୍ଲୀ ଗହଣା ବଜାରରେ ସୁନା ଦର ମାମୁଲି ହ୍ରାସ ପାଇ ୧୦ ଗ୍ରାମ ପ୍ରତି ୪୬ ହଜାର ୩୦୯ ଟଙ୍କା ଥିଲା

ରୁପା ଦର କିଲୋ ପ୍ରତି ୬୭ ହଜାର ୨୪୮ ଟଙ୍କା ଥିଲା ଯାହା ଜୁନ ୨୪ ତାରିଖରେ ୬୬ ହଜାର ୯୧୬ ଟଙ୍କା ଥିଲା। ରବିବାର ପୁଣି ସୁନା-ରୁପା ଦର ହ୍ରାସ ପାଇଛି। ଚଳିତ ବର୍ଷ ସୁନା ଦର ସବୁ ରେକର୍ଡ ଭାଙ୍ଗି ଦେବ ବୋଲି ଅନୁମାନ କରାଯାଉଛି।ସୁନା-ରୁପା ଦାମ ବର୍ତ୍ତମାନ ସର୍ବୋଚ୍ଚ ସ୍ଥରରୁ ବହୁତ ହ୍ରାସ ପାଇଛି। ସୁନା ଦର ଗତ ବର୍ଷ ଅଗଷ୍ଟରେ ସର୍ବୋଚ୍ଚ ସ୍ଥରରେ ପହଞ୍ଚିଥିଲା। ୨୦୨୦ ଅଗଷ୍ଟ ୭ ତାରିଖରେ ଦିଲ୍ଲୀ ଗହଣା ବଜାରରେ ସୁନା ୧୦ ଗ୍ରାମ ପ୍ରତି ୫୭ ହଜାର ୮ ଟଙ୍କା ଥିଲା। ଏହି ତୁଳନାରେ ଜୁନ ୨୫ ରେ ସୁନା ଦାମ ୧୦ ହଜାର ୬୯୯ ଟଙ୍କା ହ୍ରାସ ପାଇଛି।
ସେହିଭଳି ୨୦୨୦ ଅଗଷ୍ଟ ୧୦ରେ ରୁପା କିଲୋ ପ୍ରତି ୭୮ ହଜାର ୨୫୬ ଟଙ୍କା ଥିଲା। ଏହା ତୁଳନାରେ ବର୍ତ୍ତମାନ ରୁପା ଦର ୧୧ ହଜାର ୮ ଟଙ୍କା ହ୍ରାସ ପାଇଛି।ସୂଚନା ଅନୁଯାୟୀ, ସୁନା ଦର ଚଳିତ ବର୍ଷ ଶେଷ ସୁଦ୍ଧା ୧୦ ଗ୍ରାମ ପ୍ରତି ୬୦ ହଜାର ହୋଇପାରେ। ଯଦି କରୋନାର ତୃତୀୟ ଲହର ଆସେ ଓ ରାଜ୍ୟମାନଙ୍କୁ ପୁଣି ଲକଡାଉନ କରିବାକୁ ପଡେ ତାହେଲେ ବ୍ୟବସାୟ ପ୍ରଭାବିତ ହେବ। କରୋନା ପ୍ରାରମ୍ଭ ସମୟରେ ଟଙ୍କା ଡଲାର ତୁଳନାରେ ୭୮ ଯାଏଁ ପହଞ୍ଚି ଯାଇଥିଲା। ଯଦି ଏହି ପରିସ୍ଥିତି ପୁନର୍ବାର ଉପୁଜେ ଏବଂ ଡଲାର ବୃଦ୍ଧି ହୁଏ ତେବେ ସୁନା-ରୁପା ଦର ଦ୍ରୁତ ଗତିରେ ବୃଦ୍ଧି ପାଇବ।