ବାଣିଜ୍ୟ

ଖସିଲା ସୁନା, ରୁପା ଦାମ

ଆସନ୍ତୁ ଜାଣିବା କଣ ରହିଛି ନୂଆ ଦାମ

ସୁନା, ରୁପା ଦାମ କମୁଛି । ଭାରତୀୟ ଗଣଣା ବଜାରରେ ସୁନା ଓ ରୁପାର ଦାମ୍ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ସୁନାର ଦାମ୍ ୧୦ ଗ୍ରାମ୍ ପ୍ରତି ୪୮ ହଜାର ତଳେ ରହିଛି । ସେହିପରି ରୁପାର ଦାମ୍ ୬୧ ହଜାର ପାଖାପାଖି ରହିଛି । ଗତ ସୋମବାରରୁ ୨୪ କ୍ୟାରେଟର ସୁନା ୧୦ ଗ୍ରାମ ପ୍ରତି ୫୯ ଟଙ୍କା ଶସ୍ତା ହୋଇଛି । ରୁପା ୮୩୭ ଟଙ୍କା ଶସ୍ତା ହୋଇଛି । ଇଣ୍ଡିଆ ଜ୍ୱେଲର୍ସ ଆସୋସିଏସନର କହିବାନୁସାରେ, ଡିସେମ୍ବର ୬ରେ ସୁନାର ଦାମ ୧୦ ଗ୍ରାମ ପ୍ରତି ୪୭୮୭୫ ଟଙ୍କା ଥିଲା । ଯାହା ଶୁକ୍ରବାର ୪୭୮୧୬କୁ ଖସି ଆସିଛି । ରୁପାର ଦାମ୍ ମଧ୍ୟ କମିଛି ।ରୁପା କେଜି ପିଛା ୬୦୧୫୫ରୁ ୬୦୦୯୪ ଟଙ୍କାକୁ ଖସି ଆସିଛି ।

ସୂଚନାଯୋଗ୍ୟ, ୨୨ କ୍ୟାରେଟ୍ ଓ ୧୮ କ୍ୟାରେଟ୍ ସୁନାର ଦାମ୍ ଅଳଗା ରହିଥାଏ । କିନ୍ତୁ ରାପର ଦାମ୍ ପ୍ରାୟତଃ ସମାନ ଥାଏ । ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ଛୁଟି ବ୍ୟତୀତ ଶନିବାର ଓ ରବିବାର ନୂଆ ରେଟ୍ ଜାରି କରାଯାଏ ନାହିଁ । ଏହି ଦୁଇ ଦିନର ଦାମ୍ ଜାଣିବାକୁ ହେଲେ ୮୯୫୫୬୬୪୪୩୩ ନମ୍ବରେ ମିସକଲ୍ କରି ସମସ୍ତ ତଥ୍ୟ ଜାଣିହେବ ।

Show More

Related Articles

Back to top button