ବାଣିଜ୍ୟ

ଶସ୍ତା ହେଲା ସୁନା ରୁପା

ଜାଣନ୍ତୁ କେତେ ରହିଛି ଦାମ୍

ରାଜଧାନୀ ଦିଲ୍ଲୀରେ ସୁନା ଦର ବୁଧବାର ଦିନ ୨୪୪ ଟଙ୍କା ହ୍ରାସ ପାଇଛି। ନୂଆ ସୁନା ଦର ୧୦ ଗ୍ରାମ ପ୍ରତି ୪୬ ହଜାର ୭୪୭ ଟଙ୍କାରେ ପହଞ୍ଚିଛି। HDFC ସିକ୍ୟୁରିଟି ଅନୁଯାୟୀ, ଏଥିପାଇଁ ଅନ୍ତରାଷ୍ଟ୍ରୀୟ ବଜାରରେ ବହୁମୂଲ୍ୟ ଧାତୁର ଦାମ ହ୍ରାସ ପାଇବାରୁ ସୁନା ଦର ହ୍ରାସ ପାଇଛି। ଏହା ପୂର୍ବରୁ ମଙ୍ଗଳବାର ଦିନ ସୁନା ଦର ୧୦ ଗ୍ରାମ ପ୍ରତି ୪୬ ହଜାର ୯୯୧ ଟଙ୍କା ଥିଲା। ସୁନା ସହ ରୁପା ଦର ମଧ୍ୟ ହ୍ରାସ ପାଇଛି। ରୁପା ୬୫୪ ଟଙ୍କା ହ୍ରାସ ପାଇକିଲୋ ପ୍ରତି ୬୩ ହଜାର ୪୮୯ ଟଙ୍କାରେ ପହଞ୍ଚିଛି। ମଙ୍ଗଳବାର ଦିନ ରୁପା କିଲୋ ପ୍ରତି ୬୪ ହଜାର ୧୪୩ ଟଙ୍କା ଥିଲା।

 

ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ହ୍ରାସ ସହ ଆଉନ୍ସ ପ୍ରତି ୧୭୮୭ ଡଲାର ଟ୍ରେଡ଼ କରୁଛି। ରୁପା ଆଇଁସ ପ୍ରତି ୨୩.୯୪ ଡଲାର ରହିଛି। ଅପରପକ୍ଷରେ ମୁମ୍ବାଇରେ ସୁନା ଦର ୧୦ ଗ୍ରାମ ପ୍ରତି ୪୭ ହଜାର ୬୨୬ ଟଙ୍କା ରହିଛି। ରୁପା କିଲୋଗ୍ରାମ ପ୍ରତି ୬୪ ହଜାର ୫୪୨ ଟଙ୍କା ରହିଛି। ଦୀପାବଳିରୁ ଡିସେମ୍ବର ଯାଏଁ ସୁନା ଦର ୫୭ ହଜାର ଟଙ୍କାରୁ ୬୦ ହଜାର ଯାଏଁ ଯାଇପାରେ। ଆଗକୁ ରୁପା ଦର ମଧ୍ୟ ବଢିପାରେ। ଅଧିକାଂଶ ବ୍ୟବସାୟୀଙ୍କ ଅନୁଯାୟୀ ଦୀପାବଳି କିମ୍ବା ବର୍ଷ ଶେଷ ସୁଦ୍ଧା ରୁପା ଦର କିଲୋ ପ୍ରତି ୭୬ ହଜାରରୁ ୮୨ ହଜାର ଟଙ୍କାରେ ପହଞ୍ଚିପାରେ।

Show More

Related Articles

Back to top button