Breaking PLUSଦେଶ ବିଦେଶମୁଖ୍ୟ ଖବର

ବିଶ୍ୱରେ ଜାରି ରହିଛି ମହାମାରୀ କରୋନା ଆତଙ୍କ, ୯କୋଟି ୧୯ଲକ୍ଷ ୮୭ହଜାର ୩୩୭ ରେ ପହଁଞ୍ଚିଲା ମୋଟ ଆକ୍ରାନ୍ତ ସଂଖ୍ୟା

ବିଶ୍ୱର ୨୧୮ ଦେଶର କାୟା ମେଲାଇଛି ମହାମାରୀ କରୋନା । ଏହାରି ମଧ୍ୟରେ କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ବୁଧବାର ସୁଦ୍ଧା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯ଲକ୍ଷ ୬୮ହଜାର ୫୯୯ ଓ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୯କୋଟି ୧୯ଲକ୍ଷ ୮୭ହଜାର ୩୩୭କୁ ବୃଦ୍ଧି ପାଇଛି

ବିଶ୍ୱର ୨୧୮ ଦେଶର କାୟା ମେଲାଇଛି ମହାମାରୀ କରୋନା । ଏହାରି ମଧ୍ୟରେ କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ବୁଧବାର ସୁଦ୍ଧା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯ଲକ୍ଷ ୬୮ହଜାର ୫୯୯ ଓ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୯କୋଟି ୧୯ଲକ୍ଷ ୮୭ହଜାର ୩୩୭କୁ ବୃଦ୍ଧି ପାଇଛି । ସେହିପରି କୋରୋନାରୁ ୬କୋଟି ୫୮ଲକ୍ଷ ୬ହଜାର ୧୯୪ଜଣ ସୁସ୍ଥ ହୋଇ ଥିବାବେଳେ ୨କୋଟି ୪୨ଲକ୍ଷ ୬ହଜାର ୮୨୪ ସକ୍ରିୟ ମାମଲା ରହିଛି ।

ସୂଚନା ଯେ, ଆମେରିକାରେ ୨କୋଟି ୩୩ଲକ୍ଷ ୪୦ହଜାର ୭୬୫ଜଣ ସଂକ୍ରମିତ ଓ ୩ଲକ୍ଷ ୮୯ହଜାର ୪୨ ଜଣ ମୃତ ଥିବାବେଳେ ଭାରତରେ ୧କୋଟି ୪ଲକ୍ଷ ୭୯ହଜାର ୧୭୯ସଂକ୍ରମିତ ଓ ୧ଲକ୍ଷ ୫୧ହଜାର ୩୨୭ମୃତ, ବ୍ରାଜିଲରେ ୮୧ ଲକ୍ଷ ୯୫ ହଜାର ୬୩୭ସଂକ୍ରମିତ ଓ ୨ ଲକ୍ଷ ୪ ହଜାର ୭୨୬ମୃତ, ଋଷିଆରେ ୩୪ ଲକ୍ଷ ୪୮ ହଜାର ୨୦୩ ସଂକ୍ରମିତ ଓ ୬୨ ହଜାର ୮୦୪ ମୃତ, ୟୁକେରେ ୩୧ ଲକ୍ଷ ୬୪ ହଜାର ୫୧ ସଂକ୍ରମିତ ଓ ୮୩ ହଜାର ୨୦୩ ମୃତ, ଫ୍ରାନ୍ସରେ ୨୮ ଲକ୍ଷ ୬ ହଜାର ୫୯୦ ସଂକ୍ରମିତ ଓ ୬୮ ହଜାର ୮୦୨ ମୃତ, ତୁର୍କୀରେ ୨୩ ଲକ୍ଷ ୪୬ ହଜାର ୨୮୫ ସଂକ୍ରମିତ ଓ ୨୩ ହଜାର ୧୫୨ ମୃତ, ଇଟାଲିରେ ୨୩ ଲକ୍ଷ ୩ ହଜାର ୨୬୩ ସଂକ୍ରମିତ ଓ ୭୯ ହଜାର ୮୧୯ ମୃତ, ସ୍ପେନରେ ୨୧ ଲକ୍ଷ ୩୭ ହଜାର ୨୨୦ ସଂକ୍ରମିତ ଓ ୭୯ ହଜାର ୮୧୯ ମୃତ, ଜର୍ମାନୀରେ ୧୯ ଲକ୍ଷ ୫୭ ହଜାର ୪୯୨ ସଂକ୍ରମିତ ଓ ୪୩ ହଜାର ୨୦୩ ମୃତ, କଲମ୍ବିଆରେ ୧୮ ଲକ୍ଷ ୧୬ ହଜାର ୮୨ ସଂକ୍ରମିତ ଓ ୪୬ ହଜାର ୭୮୨ ମୃତ ରହିଛନ୍ତି ।

Show More

Related Articles

Back to top button