Breaking PLUSଦେଶ ବିଦେଶମୁଖ୍ୟ ଖବର

ବିଶ୍ୱରେ ଜାରି ରହିଛି କରୋନା ଆତଙ୍କ, ୧୧ କୋଟି ୧୯ ଲକ୍ଷ ୪୮ ହଜାର ୫୯୮ରେ ପହଁଞ୍ଚିଲା ସଂକ୍ରମିତ ସଂଖ୍ୟା

କରୋନା ଭାଇରସ ମହାମାରୀ ଦୀର୍ଘ ୧ ବର୍ଷରୁ ଅଧିକ ସମୟ ହେବ ସମଗ୍ର ବିଶ୍ୱବାସୀଙ୍କ ପାଇଁ ଚିନ୍ତା ବଢ଼ାଇଛି । ଆଜି ପର୍ଯ୍ୟନ୍ତ ୧୧ କୋଟି ୧୯ ଲକ୍ଷ ୪୮ ହଜାର ୫୯୮ ଲୋକ ଭାଇରସ ଯୋଗୁଁ ସଂକ୍ରମିତ ହୋଇସାରିଥିବା ବେଳେ ୨୪ ଲକ୍ଷ ୭୭ ହଜାର ୭୭୮ ଜଣ ଲୋକଙ୍କର ମୃତ୍ୟୁ ହୋଇଛି

କରୋନା ଭାଇରସ ମହାମାରୀ ଦୀର୍ଘ ୧ ବର୍ଷରୁ ଅଧିକ ସମୟ ହେବ ସମଗ୍ର ବିଶ୍ୱବାସୀଙ୍କ ପାଇଁ ଚିନ୍ତା ବଢ଼ାଇଛି । ଆଜି ପର୍ଯ୍ୟନ୍ତ ୧୧ କୋଟି ୧୯ ଲକ୍ଷ ୪୮ ହଜାର ୫୯୮ ଲୋକ ଭାଇରସ ଯୋଗୁଁ ସଂକ୍ରମିତ ହୋଇସାରିଥିବା ବେଳେ ୨୪ ଲକ୍ଷ ୭୭ ହଜାର ୭୭୮ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୮ କୋଟି ୭୩ ଲକ୍ଷ ୧୭ ହଜାର ୨୪୧ ଜଣ ଲୋକ ସୁସ୍ଥ ହୋଇଥିବା ବେଳେ ୨ କୋଟି ୨୧ ଲକ୍ଷ ୫୩ ହଜାର ୫୭୯ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୯୩ ହଜାର ୯୩୩ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଆମେରିକାରେ ଆଜି ସକାଳ ସାଢ଼େ ୬ଟା ସୁଦ୍ଧା ୨ କୋଟି ୮୭ ଲକ୍ଷ ୬୧ ହଜାର ୯୦୮କୁ ବୃଦ୍ଧି ପାଇଛି । ଦେଶରେ ୫ ଲକ୍ଷ ୧୧ ହଜାର ୧୩୦ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ କୋଟିଏ ୮୯ ଲକ୍ଷ ୭୩ ହଜାର ୪୩ ଲୋକ ସୁସ୍ଥ ହୋଇଥିବା ବେଳେ ୯୨ ଲକ୍ଷ ୭୭ ହଜାର ୭୩୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୬ ହଜାର ୯୫୩ ଜଣ ଗୁରୁତର ଅଛନ୍ତି ।

Show More

Related Articles

Back to top button