ସ୍ୱାସ୍ଥ୍ୟ

ଗୁଡ଼ୁଚି ପତ୍ରରେ ବଢିଥାଏ ରୋଗ ପ୍ରତିରୋଧକ ଶକ୍ତି

ଗୁଡ଼ୁଚି ଲଟା ଗୋଟିଏ ବହୁ ବର୍ଷାୟୁ ଲଟା ଅଟେ l ଆୟୁର୍ବେଦରେ ଗୁଡ଼ୁଚି କୁ ବିଭିନ୍ନ ନାମରେ ନାମିତ କରାଯାଇଛି ଯଥା -ଅମୃତା ,ଗୁଡୁଛି,ଛିନ୍ନରୁହା ଓ ଚକ୍ରାଙ୍ଗି ଇତ୍ୟାଦି l ବହୁ ବର୍ଷରୁ ଏହା ଅମୃତ ସଦୃଶ୍ୟ ଗୁଣକାରି ହୋଇଥିବାରୁ ଏହାକୁ ଅମୃତ କୁହାଯାଏ l ଆୟୁର୍ବେଦରେ ଗୁଡୁଛିକୁ ମୁଖ୍ୟ ଔଷଧ ଭାବରେ ଗ୍ରହଣ କରାଯାଇଛି

ଗୁଡ଼ୁଚି ଲଟାର ପତ୍ର ଗୁଡିକ ପାନପାତ୍ର ସଦୃଶ୍ୟ ଏହି ଲାଟକୁ ଆମେ ଜଙ୍ଗଲ ,ଖେତ ,ପାହାଡ ଇତ୍ୟାଦିରେ ଦେଖିବାକୁ ପାଇଥାଉ l ସାଧାରଣତଃ ଗୁଡ଼ୁଚି ଲଟା ଆମ୍ବଗଛ ଓ ଲିମ୍ବଗଛ ଇତ୍ୟାଦିରେ ମୋଡ଼ିଥିବାର ଦେଖିବାକୁ ମିଳିଥାଏ l ଆପଣ ମାନେ ହୁଏତ ଜାଣିନଥିବେ ଯେ ଗୁଡ଼ୁଚି ଲଟା ଯେଉଁ ଗଛରେ ମାଡି ଥାଏ ସେହି ଗଛର ଗୁଣ ଗୁଡୁଛି ଲଟରେ ମିଶି ଯାଇଥାଏ l

* ଗୁଡ଼ୁଚି ପାତ୍ରରେ କ୍ୟାଲସିୟମ ,ପ୍ରୋଟିନ ,ଫସଫରସ ଇତ୍ୟାଦି ପ୍ରଚୁର ପରିମାଣରେ ଥାଏ l ଗୁଡ଼ୁଚି ପତ୍ର ବିଭିନ୍ନ ରୋଗର ପ୍ରତିକାର କରିବା ପାଇଁ ବ୍ୟବହାର କରାଯାଏ l ଏହି ପତ୍ରର ରସକୁ ଆମେ ସର୍ଵତଃରେ ବ୍ୟବହାର କରିପାରିବ l ଏହା ଏକ ସୁପର ପାୱାର ଡ୍ରିଂକ୍ସ ଅଟେ l ଏହାକୁ ସେବନ କଲେ ଆମ ଶରୀରର ଇମ୍ୟୁନ ସିଷ୍ଟମକୁ ଶକ୍ତି ସାଳି କରିଥାଏ l ଗୁଡୁଚି ପତ୍ର ବିଭିନ୍ନ ପ୍ରକାର ବ୍ୟାକ୍ଟେରିଆ ଓ ଭାଇରସକୁ ସମୂଳେ ନଷ୍ଟ କରିଥାଏ l ପୂର୍ବ କାଳରେ ଗୁଡ଼ୁଚି ପତ୍ରକୁ ଜ୍ୱର ରୁ ସୁସ୍ଥ ହେବ ପାଇଁ ବ୍ୟବହାର କରା ଯାଉଥିଲା l

* ଗୁଡ଼ୁଚି ଲଟା ଆଣ୍ଟି ଆକ୍ସିଡାଣ୍ଟ ପରି କାମା କରିଥାଏ ,ଯାହାଦ୍ୱାରା ଚର୍ମ ଓ ମାଂସପେସି ସୁଦୃଢ ରହିଥାଏ l ଗୁଡ଼ୁଚି ପତ୍ର ଆମ ଶରୀରରୁ ଟାକ୍ସିନ କୁ ବାହାର କରି ଦେଇଥାଏ,ରକ୍ତକୁ ସଫା ରଖିବା ସହିତ ରୋଗ ପ୍ରତିଷେଦକ ଶକ୍ତି ବଢ଼ିଥାଏ l

* ଗୁଡ଼ୁଚି ପାତ୍ରରେ ପଚାନା ଶକ୍ତି ବଢିବା ସହିତ ଅନ୍ତନାଳୀ ସୁସ୍ଥ ରହିଥାଏ l ପ୍ରତ୍ୟକ ଦିନ ଅଧ ଗ୍ରାମ ଗୁଡୁଛିପତ୍ର ର ଗୁଣ୍ଡ ସହିତ ଅଁଳା ଗୁଣ୍ଡ ଏକ ଗ୍ରାମ ମିଶାଇ ଖାଇଲେ ପଚାନା ଶକ୍ତି ଠିକ ରହିଥାଏ l

* ମଧୁମେହ ରୋଗରେ ପୀଡିତ ବ୍ୟକ୍ତି ପ୍ରତ୍ୟକ ଦିନ ଗୁଡ଼ୁଚି ପତ୍ରର ରସ ସେବନ କଲେ ରକ୍ତରେ ଇନ୍ସୁଲିନ ମାତ୍ରା ଠିକ ରହିଥାଏ l ଗୁଡୁଚିପତ୍ର ହାଇପୋଗ୍ଲାଇସେମିକ ଏଜେଣ୍ଟ ପରି ଶରୀରରେ କାମ କରେ l

* ଗୁଡୁଛିପତ୍ରକୁ ଆମେ ଶ୍ୱାସ ସମ୍ବଧୀୟ ବିଭିନ୍ନ ରୋଗ ଯେପରିକି ଆସ୍ଥମା ,କାଶ ଓ କଫ ପ୍ରଭୁତିରେ ବ୍ୟବହାର କରି ପାରିବl l

* ଗୁଡୁଛିପତ୍ରର ରସକୁ ଅନଲ ଅଁଳା ରସ ଓ ଲିମ୍ବରସ ସହିତ ମିଶାଇ ପିଇଲେ ଶରୀରର ବିଭିନ୍ନ ଚର୍ମରୋଗ ଯେପରିକି ଏକ୍ଜିମା ,ସରିଆସିସ ଇତ୍ୟାଦିରୁ ମୁକ୍ତି ମିଳିଥାଏ l

Show More

Related Articles

Back to top button