Breaking PLUSଦେଶମୁଖ୍ୟ ଖବର

ଗାଜିଆବାଦରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା କେମିକାଲ ଫ୍ୟାକ୍ଟ୍ରି

ଗାଜିଆବାଦ- ଗାଜିଆବାଦର ଦକ୍ଷିଣରେ ଥିବା ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ ଘଟିଛି । ଶୁକ୍ରବାର ଏଠାରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ନିଆଁ ଲାଗିଛି । ଦେଖୁ ଦେଖୁ ଏହି ନିଆଁ ବ୍ୟାପିଯାଇଥିଲା । ତେବେ ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି । ଭୋର ପ୍ରାୟ ସାଢେ 3ଟା ବେଳେ ଏହି ନିଆଁ ଲାଗିଥିଲା । ନିଆଁର ପ୍ରକୋପ ଏତେ ଭୀଷଣ ରହିଛି ଯେ, ଗାଜିଆବାଦ, ମେରଠ, ହାପୁଡ ଏବଂ ନୋଏଡାର ଅଗ୍ନିଶମ ବାହିନୀ ନିଆଁ ଲିଭା କାର୍ଯ୍ୟରେ ମୁତୟନ ହୋଇଛନ୍ତି ।
ଦକ୍ଷିଣ ଶିଳ୍ପାଞ୍ଚଳରେ ପ୍ରେମ ଇଣ୍ଡଷ୍ଟ୍ରିଜ ନାମରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ଲାଗିଛି ନିଆଁ । ଭୋର ସମୟରେ ନିଆଁ ଲାଗିବା ନେଇ ଅଗ୍ନିଶମ ବାହିନୀକୁ ଖବର ମିଳିଥିଲା । ଏହାପରେ ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତକୁ ଆଣିବାକୁ ପ୍ରୟାସ ଜାରି ରଖିଛି । ଫ୍ୟାକ୍ଟ୍ରି ଭିତରକୁ ଯାଉଥିବା ରାସ୍ତା ସଂକୀର୍ଣ୍ଣ ହୋଇଥିବାରୁ ନିଆଁ ଲିଭା କାର୍ଯ୍ୟରେ ସମସ୍ୟା ଉପୁଜିଥିଲା । ତେଣୁ ଜେସିବି ଜରିଆରେ ଫ୍ୟାକ୍ଟ୍ରିର କାନ୍ଥ ଭାଙ୍ଗିବାକୁ ପଡିଥିଲା । ଅନ୍ୟପଟେ ଅଗ୍ନିକାଣ୍ଡ ଯୋଗୁ କୌଣସି ଜୀବନହାନୀ ହୋଇନଥିବା ଅଗ୍ନିଶମ ବାହିନୀ ପକ୍ଷରୁ ସୂଚନା ମିଳିଛି । ନିଆଁରେ କୋଟି କୋଟି ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ ହୋଇଯାଇଛି ।

Show More

Related Articles

Back to top button